ରାଉରକେଲା: ଆଜି ସକାଳୁ ପାନପୋଷ ରେଳ ଷ୍ଟେସନରୁ ଦୁଇ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶବ ରେଳବାଇ ପୁଲିସ ଉଦ୍ଧାର କରିଛି। ରାଉରକେଲା ପାନପୋଷ ରେଳବାଇ ଓଭର ବ୍ରିଜ ନିକଟରେ ଶବ ଦୁଇଟି ପଡ଼ିଥିଲା। ଜଣେ ଯୁବକଙ୍କ ଶବ ରେଳଧାରଣା ମଝିରେ ପଡ଼ି ରହିଥିବା ବେଳେ ଅନ୍ୟ ଜଣଙ୍କର ଶବ ରେଳ ଧାରଣା କଡ଼ରେ ପଡ଼ିଥିଲା। ଦୁଇ ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଉଭୟଙ୍କ ପରିଚୟ ମିଳିନାହିଁ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି। ଦୁହେଁ ଟ୍ରେନରେ କଟିଯାଇଥିବା ଅନୁମାନ କରାଯାଉଛି। ଭୋର ପ୍ରାୟ ୫ଟାରେ ଦୁଇ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶବ ପଡ଼ିଥିବା ଦେଖି କିଛି ଯାତ୍ରୀ ପୁଲିସ ଓ ଷ୍ଟେସନ ମାଷ୍ଟରଙ୍କୁ ସୂଚନା ଦେଇଥିଲେ।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0