ଭୁବନେଶ୍ବର: ବିଜୁ ଯୁବ ଜନତା କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକାରିଣୀରେ ଦଳର ନେତା-କର୍ମୀ ସବୁ ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଞ୍ଚଳିକ ଦଳ ଭାବେ ବିଜେଡି ରାଜ୍ୟବାସୀଙ୍କ ସ୍ବାର୍ଥ ପୂରଣ କରିଛି। ଯୁବ ଶକ୍ତି ରାଷ୍ଟ୍ରର ସବୁଠୁ ବଡ ସମ୍ପତ୍ତି।
ଓଡିଶାର ଭାଷା, ସଂସ୍କୃତି, କଳା ଓ ଜଗନ୍ନାଥ ସମସ୍ତଙ୍କ ଠାରୁ ଭିନ୍ନ। ମହାନଦୀର ପାଣି ସମସ୍ତ ଓଡିଶାବାସୀଙ୍କ ପାଇଁ ଆର୍ଶୀବାଦ ହୋଇ ବୋହି ଚାଲିଛି। ଓଡିଶାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଲଢ଼େଇ ଜାରି ରଖିଛି। ଓଡିଶାରେ ଖଣି-ଖାଦାନ ଭରପୁର ରହିଛି। ଏହି ଖଣିଜ ସମ୍ପଦର ଲାଭ ଓଡିଶାବାସୀ କିଭଳି ପାଇବେ, ସେ ନେଇ ସରକାର ଉଦ୍ୟମ ଜାରି ରଖିଛି।
ହେଲେ କଂଗ୍ରେସ ଏବଂ ବିଜେପି ଦେଇଥିବା କଥା ଭୁଲି ଗଲେ କିନ୍ତୁ ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ ବିଜେଡି ସରକାର ଉଦ୍ୟମ ଜାରି ରଖିଛି। ସବୁ ଆଞ୍ଚଳିକ ଦଳଠାରୁ ବିଜେଡି ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। କେବଳ ବିଜେଡି ହିଁ ଓଡିଶାର ଆଶା ଓ ଆଙ୍କାକ୍ଷା ପୂରଣ କରି ପାରିବ। ତେଣୁ ରାଜ୍ୟ ସରକାର ଉପରେ ଏହି ବିଶ୍ବାସ- ଭରସା ରଖିବାକୁ ଯୁବ ଶକ୍ତିଙ୍କୁ ପରାମର୍ଶ ଦେଇଛନ୍ତି।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0