spot_img

ରେଳଧାରଣା କଡରୁ ୨ ମୃତଦେହ ଉଦ୍ଧାର

ରାଉରକେଲା : ରଉରକେଲା ପାନପୋଷ ନକଟ ରେଳବାଇ ଓଭରବ୍ରିଜ ନିକଟରୁ ୨ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ରେଳବାଇ ପୁଲିସ ମୃତଦେହ ଉଦ୍ଧାର କରିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ମୁତାବକ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ରେଳ ଧାରଣାରେ ପଡି ରହିଥିବା ବେଳ ଆଉ ଜଣଙ୍କ ମୃତେଦହ ରଳଧାରଣା କଡରେ ପଡି ରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ୨ ଅଚିହ୍ନା ଯୁବକଙ୍କୁ କେହି ହତ୍ୟା କରି ପିଙ୍ଗି ଦିଆଯାଇଛି ନା ସେମାନେ ଆତ୍ମହତ୍ୟା କରିଛନ୍ତି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular