ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତୀୟ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରିନଥିଲେ ଅଷ୍ଟ୍ରେଲିଆ କ୍ରିକେଟର । ଭାରତର ୨୪୪ ରନକୁ ପିଛା କରି ପଡିଆକୁ ଓହ୍ଲାଇଥିଲା ଆଜି ଅଷ୍ଟ୍ରେଲିଆ ଦଳ । ମାତ୍ର ଭାରତୀୟ ବୋଲରଙ୍କ ଚମକ୍ରାର ପ୍ରଦର୍ଶନ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ତେବେ ୬୯ ଓଭର ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୯ ୱିକେଟ ବିନିମୟରେ ୧୬୭ ରନ ସଂଗ୍ରହ କରିଥିଲା । ରବିଚନ୍ଦ୍ରନ ଅଶ୍ୱିନ ୪ଟି ୱିକେଟ ନେଇଥିବା ବେଳେ ବୁମରା ଓ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0