spot_img

କୃଷକଙ୍କ ସହ କଥା ହେବାକୁ ପ୍ରସ୍ତୁତ ଅଛି ସରକାର: ମୋଦି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୁଦ୍ଧରେ ଲଗାତାର ୨୩ ଦିନ କୃଷକ ଆନ୍ଦୋଳନ ଜାରି ରହିଛି । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ମଧ୍ୟପ୍ରଦେଶର କୃଷକମାନଙ୍କ ସହ କଥା ହୋଇଛନ୍ତି । ବିରୋଧୀକୁ ଟାର୍ଗେଟ କରି ମୋଦି କହିଛନ୍ତି, ଯେଉଁ କାମ ୨୫ ବର୍ଷ ପୂର୍ବରୁ ହେବାର ଥିଳା ତାହା ଏବେ କରାଯାଉଛି । କୃଷକଙ୍କ ସେହି ଦାବିକୁ ପୂରଣ କରାଯାଇଛି ଯାହା ବର୍ଷ ବର୍ଷ ହେଲା ପଡି ରହିଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନଙ୍କର ରାଜନୌତିକ ପୃଷ୍ଠଭୂମି ଭୂଷୁଡି ପଡିଛି ସେମାନେ ଆଜି କୃଷକଙ୍କୁ ଭୟଭୀତ କରାଉଛନ୍ତି । ଏହା ସହ ସେ କହିଛନ୍ତି, ଆମେ କୃଷକଙ୍କୁ ଡେଢଗୁଣା ଏମଏସପି ଦେଇଛୁ ହେଲେ କଂଗ୍ରେସ ଦ୍ୱାରା କରାଯାଇଥିବା ରୁଣଛାଡ ଏକ ପ୍ରସହନ ଥିଲା । ଏହାର ଫାଇଦା କେବଳ କଂକ୍ରେସର ଭାଇବନ୍ଧୁ ଓ ପାଖ ଲୋକଙ୍କୁ ମିଳିଥିଲା । ମୋଦି ଆହୁରି ମଧ୍ୟ କହିଛନ୍ତି ବିରୋଧୀଙ୍କୁ ଏଥିପାଇଁ କଷ୍ଟ ହେଉଛି ମୋଦି କେମିତି କୃଷି ଆଇନରେ ସୁଧାର ଆଣିପାରିଲେ । ଆପଣ ମୋତେ କ୍ରେଡିଟ ନ ଦିଅନ୍ତୁ, ହେଲେ ମୁଁ କେବଳ କୃଷକଙ୍କ ଭଲ ଚାହୁଁଛି । କିନ୍ତୁ କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ଶିକାର କରାଯାଉଛି । ଯଦି ଏବେବି କୃଷକ ଭାଇଙ୍କ ମନରେ କିଛି ଆଶଙ୍କା ରହିଛି, ତେବେ ସେମାନେ ମୁଣ୍ଡ ନୁଆଁଇ, ହାତଯୋଡି ସବୁ ବିଷୟକୁ ନେଇ କଥା ହେବାକୁ ପ୍ରସ୍ତୁତ ଅଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular