ନୂଆଦିଲ୍ଲୀ: ସଡକ ଏବଂ ପରିବହନ ଓ ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ଟୋଲ ବୁଥଗୁଡିକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାର ଟୋଲ ବୁଥଗୁଡିକରେ ଜିପିଏସ ମାଧ୍ୟମରେ କାରବାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଗାମୀ ୨ ବର୍ଷ ମଧ୍ୟରେ କୌଣସି ହାଇଓ୍ବେରେ ଟୋଲ ବୁଥ ରହିବ ନାହିଁ ବୋଲି ଗଡକରୀ ସୂଚନା ଦେଇଛନ୍ତି । ଏହା ସହ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ପୁର୍ନରୁଦ୍ଧାର ପାଇଁ ନେସନାଲ ଇନଫ୍ରାଷ୍ଟ୍ରକଚର ଆଣ୍ଡ ଇକୋନୋମିକ ରିବାଇବଲ ଥିମରେ ଗଡକରୀ ନିଜର ମତ ରଖିଛନ୍ତି । ଏହି ଆଲୋଚନା ବେଳେ ନୀତିନ ଗଡକରୀ ଲହି ସୂଚନା ଦେଇଛନ୍ତି ଯେ, ଟୋଲ ଫି ସିଧାସଳଖ ବ୍ୟାଙ୍କ ଖାତାରୁ କାଟିବା ପାଇଁ ଯୋଜନା କରାଯାଉଛି । ଲହା ପରେ ସରକାର ପୁରୁଣା ଗାଡିଗୁଡିକ ପାଇଁ ଜିପିଏସ ଲଗାଇବାକୁ ଯୋଜନା ଆଣିବେ । ଗଡକରୀ କହିଛନ୍ତି ମାର୍ଚ୍ଚ ୨୦୨୧ ସୁଦ୍ଧା ଟୋଲ ଫି କଲେକସନ୍ ୩୪ ହଜାର କୋଟି ଟଙ୍କା ପର୍ୟ୍ୟନ୍ତ ପହଞ୍ଚିପାରେ । ତେବେ ଜିପିଏସ ଟେକନିକ ଆରମ୍ଭ ହେଲେ ଟୋଲ ଫି କଲେକସନ ଆସନ୍ତା ୫ ବର୍ଷ ମଧ୍ୟରେ ୧ ଲକ୍ଷ ୩୪ ହଜାର କୋଟି ଯଙ୍କା ହୋଇଯିବ ବୋଲି ସେ କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0