ନୂଆଦିଲ୍ଲୀ: ଆମେରିକା ସେୟାର ବଜାରରେ ଅଭିବୃଦ୍ଧି ଜାରି ରହିଛି । ଯାହାଫଳରେ ଏହା ସିଧାସଳଖ ଏସିଆ ବଜାରକୁ ନିରାସ କରିଛି । ତେବେ ବିଦେଶୀ ନିବେଶ ପ୍ରବାହ ଯୋଗୁ ଭାରତୀୟ ସେୟାର ବଜାରରେ ଉତ୍ସାହ ଲଗାତାର ଷଷ୍ଠ ସପ୍ତାହରେ ବି ଜାରି ରହିଛି। ସପ୍ତାହର ଶେଷଦିନରେ ବଜାର ଅଭିବୃଦ୍ଧି ସହ ବନ୍ଦ ହୋଇଛି। ତେବେ ଲାଭ ଅସୁଲି ଯୋଗୁ ବଜାର ଏବେବି ତଳଉପର ହେଉଛି । ଆମେରିକା ୱାଲଷ୍ଟ୍ରିଟ୍ ନୂଆ ସ୍ତରକୁ ପହଞ୍ଚିଛି। ଫଳରେ ଏହାର ପ୍ରଭାବ ସିଧା ଏସିଆ ବଜାର ଉପରେ ପଡିଛି। ଆମେରିକୀୟ ସେୟାର ନୂଆ ଉଚ୍ଚତା କାୟମ କରିବା ଯୋଗୁ ଏସୀୟ ବଜାର ହ୍ରାସକୁ ମୁହାଁଇଛି। ଆମେରିକାରେ ଯଦିଓ ବେକାରୀ ନୂଆ ସମସ୍ୟା ଭାବେ ଉଭା ହୋଇଛି ହେଲେ ସରକାରଙ୍କ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ନୂଆ ଆଶା ସଞ୍ଚାର କରିଛି। ଏଥିରେ ସରକାରୀ ସ୍ତରରେ କୋଭିଡ ଟିକାକରଣ ଲାଗି ପଦକ୍ଷେପ ପରେ ବଜାରରେ ପୁଣି ଉତ୍ସାହ ଫେରିଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0