ସାହାରପଡା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା- ବିଲ୍ଲା ରାସ୍ତାର ଦୁବେଇପେଣ୍ଠ ଛକ ନିକଟରେ ବୋଲେରୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ୨ ଜଣଙ୍କର ଗୋଡ ଭାଙ୍ଗି ଯାଇଥିବା ବେଳେ ,ବାଇକଟି ର ସାମନା ଭାଗ ସମ୍ପର୍ଣ୍ଣ ନଷ୍ଟ ହୋଇଯାଇଛି। ତେବେ ୨ଜଣ ଗୁରୁତର ବ୍ୟକ୍ତିଙ୍କୁ ପ୍ରଥମେ କରଂଜିଆ ମେଡିକାଲ କୁ ନିଆଯାଇଥିଲା ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ,ପରେ କେନ୍ଦୁଝର ମେଡିକାଲ କୁ ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି,ବାଇକ ଆରୋହୀ ମାନେ ହେଲେ ସାହାରପଡା ନିକଟ ଗୋଜିଟାଙ୍ଗିରି ଗ୍ରାମର ରାମ ମୁଣ୍ଡାଙ୍କ ପୁଅ ବିଶୋଜିତ୍ ମୁଣ୍ଡା, ଓ ମିତ୍ରଭାନୁ ନାୟକଙ୍କ ପୁଅ ବାପୁନ ନାୟକ ବୋଲି ଜଣାପଡିଛି, ବାଇକ ଆରୋହୀ ମାନେ ସାହାରପଡା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ବଲେରୋ ଯାଉଥିଲା, ଦୁର୍ଘଟଣା ଘଟେଇ ଘଟଣା ସ୍ଥଳରୁ ବୋଲେରୋ ଚମ୍ପଟ ମାରିଛି,ସାହାରପଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0