ଭୁବନେଶ୍ୱର: ଆଗକୁ ରାଜ୍ୟରେ ବଢ଼ିବ ଶୀତ । ଆସାନ୍ତା ୪୮ ଘଣ୍ଟା ମଧ୍ୟରେ ରାତିରେ ତାପମାତ୍ରା ୩ରୁ ୫ଡ଼ିଗ୍ରୀ ପର୍ଯ୍ୟନ୍ତ ଖସିବ । ଏନେଇ ଭୁବନେଶ୍ୱର ସ୍ଥିତ ଆଚଂଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଉତ୍ତର ଏବଂ ଉତ୍ତର ପଶ୍ଚିମ ପଟୁ ଥଣ୍ଡା ଏବଂ ଶୁସ୍କ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ମୁଖ୍ୟତଃ ଉତ୍ତର ଆଭ୍ୟାନ୍ତରୀଣ ଜିଲ୍ଲା ଗୁଡ଼ିକରେ ଶୀତର ପ୍ରଭାବ ଅଧିକ ରହିବ ।
ପରବିର୍ତ୍ତୀ ସମୟରେ ଉପକୂଳ ଜିଲ୍ଲାଗୁଡିକରେ ମଧ୍ୟ ଥଣ୍ଡା ଅନୁଭତ ହେବ । ପାଖାପାଖି ୧୦ ଡିଗ୍ରୀ ତାପମାତ୍ରା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ରାତିରେ ପରାଦ ୪ରୁ ୬ ଡିଗ୍ରୀ ଯାଏଁ ଖସିବା ସମ୍ଭାବନା ରହିଛି । ଗତକାଲି ମଧ୍ୟ ଉତ୍ତର ଅଭ୍ୟାନ୍ତରୀଣର କେତେକ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଛି । ଆଜି ଝାରସୁଗଡାରେ ସର୍ବନିମ୍ନ ତାପମାତ୍ରା୧୩.୪ ଡିଗ୍ରୀ ରକର୍ଡ କରାଯାଇଛି । ସେହିପରି ସମ୍ବଲପୁରରେ ମଧ୍ୟ ପାଖାପାଖି ୪ ଡିଗ୍ରୀ ତାପମାତ୍ରା କମିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଭ୍ୟାନ୍ତରୀଣ ଜିଲ୍ଲାଗୁଡିକରେ ତାପମାତ୍ରା କମିବା ନେଇ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0