ୱାଶିଂଟନ: ଗରିବ ଦେଶମାନଙ୍କୁ କୋଭିଡ୍-୧୯ ଟିକା କିଣିବାରେ ସହାୟତା କରିବା ଲାଗି ବିଶ୍ୱର ଧନୀ ଦେଶଗୁଡ଼ିକୁ ନିବେଦନ କରିଛନ୍ତି ମିଳିତ ଜାତିସଂଘ ମହାସଚିବ ଅଣ୍ଟୋନିଓ ଗୁଟେରସ୍ । ଗୁଟେରସ୍ କହିଛନ୍ତି, ଆମେ କେବଳ ଟିକା ମାଧ୍ୟମରେ କରୋନାକୁ ଦୂର କରିପାରିବା ନାହିଁ, ଏଥିପାଇଁ ଆନ୍ତର୍ଜାତିକ ସହଯୋଗ ଅତ୍ୟନ୍ତ ଅପରିହାର୍ୟ୍ୟ। ଏହା ସହ କହିଛନ୍ତି, ଜାତିସଂଘ ସହାୟତାରେ ପରିଚାଳିତ କୋଭାକ୍ସ କାର୍ୟ୍ୟକ୍ରମ ପାଇଁ ଆସନ୍ତା ମାସ ଶେଷ ସୁଦ୍ଧା ୫୦୦ କୋଟି ଡଲାର ଅର୍ଥ ଆବଶ୍ୟକ ପଡ଼ିବ। ବିଶ୍ୱର ସବୁ ଦେଶକୁ କୋବିଡ୍-୧୯ ଟିକା ଯୋଗାଇବା ହେଉଛି ଏହି କାର୍ୟ୍ୟକ୍ରମର ମୂଳଲକ୍ଷ୍ୟ। ଏଥିପାଇଁ ୨ ହଜାର କୋଟି ଡଲାରରୁ ଅଧିକ ଅର୍ଥର ଆବଶ୍ୟକତା ଦେଖାଦେଇଛି। କୋଭାକ୍ସ କାର୍ୟ୍ୟକ୍ରମ ପାଇଁ ଧନୀ ଦେଶମାନେ ଅଧିକରୁ ଅଧିକ ଟିକା ଦାନ କରିବାକୁ ସେ ନିବେଦନ କରିଛନ୍ତି। ସେ କହିଛନ୍ତି, ଯେଉଁ ଦେଶମାନେ ସେମାନଙ୍କ ଜନସଂଖ୍ୟା ତୁଳନାରେ ଅଧିକ ଟିକା ଉତ୍ପାଦନ କରୁଛନ୍ତି,ସେମାନେ ଏ କ୍ଷେତ୍ରରେ ସହାୟତା କରିପାରିବେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0