ହିଞ୍ଜଳି: ବୃକ୍ଷରୋପଣ ନାମରେ ଚାଲିଥିବା ହରିଲୁଟର ଭିଡ଼ିଓ ଭାଇରାଲ । ହିଞ୍ଜଳିକାଟୁ ସହରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବୃକ୍ଷରୋପଣ କାର୍ଯ୍ୟ ପୌରପ୍ରଶାସନକୁ ଦିଆଯାଇଛି । ଗତ ତିନି ମାସ ତଳେ ଗଂଜାମ ଜିଲ୍ଲାପାଳ ହିଞ୍ଜିଡ଼ିକାଟୁର ନୁତନ ମେଡ଼ିକାଲ ରାସ୍ତାର ଉଭୟ ପାଶ୍ୱର୍ରେ ବୃକ୍ଷରୋପଣର ଶୁଭାରମ୍ବ କରିଥିଲେ । ହେଲେ ବୃକ୍ଷରୋପଣ ନାଁରେ ହେଉଥିବା ହରିଲୁଟର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ସହରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ପାଇଁ ଆସିଥିବା ଚାରାଗଛ ଶୁଖିନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଏହି ଶୁଖିଲା ଚାରାଗଛ ହିଞ୍ଜିଳିର ଶଙ୍କର ନେତ୍ରାଳୟ ପାଖରେ ପଡ଼ିଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ଦେଖି ଏହାର ସଠିକ ତଦନ୍ତ କରାଯାଇ ଘଟଣାର ସତ୍ୟାସତ୍ୟ ପଦାକୁ ଆଣିବାକୁ ସାଧାରଣରେ ଦାବି କରାଯାଇଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0