ହସ୍ପିଟାଲରୁ ଡ଼ିସଚାର୍ଜ ହେଲେ କୋରିଓଗ୍ରାଫର ରେମୋ ଡ଼ିସୁଜା । ରେମୋ ଡ଼ିସଚାର୍ଜ ହେବା ପରେ ତାଙ୍କୁ ସ୍ୱାଗତ କରାଯାଉଥିବାର ଏକ ଭିଡ଼ିଓ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ତାଙ୍କ ସ୍ୱାଗତରେ ବହୁତ ବେଲୁନ ଲାଗିଥିବା ବେଳେ ଗଣପତିଙ୍କ ଗୀତ ମଧ୍ୟ ବାଜୁଛି ।

ଭିଡ଼ିଓରେ ରେମୋ କ୍ୟାପସନ ଦେଇଛନ୍ତି ସମସ୍ତଙ୍କ ପ୍ରେମ ଏବଂ ପ୍ରାଥନା ପାଇଁ ହୃଦୟରୁ ଧନ୍ୟବାଦ । ଏଥିସହ ସେ ତାଙ୍କର ସମସ୍ତ ବନ୍ଧୁ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ତେବେ ରୋମୋଙ୍କର ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ରେମୋଙ୍କୁ ପୁଣି ଥରେ ସୁସ୍ଥ ଓ ଫିଟ ଦେଖି ତାଙ୍କ ଫ୍ୟାନ୍ସମାନେ ଖୁବ ଖୁସି ହୋଉଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0