ପୁରୀ: ୨୩ରେ ଖୋଲିବ ଶ୍ରୀମନ୍ଦିର । ମନ୍ଦିର ଖୋଲିବ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ । ଏଥିରେ କମିଶନର ଅଧକ୍ଷ ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ୫ଟି ସଚିବ ପହଞ୍ଚିଥିଲେ । କୋଭିଡ଼ କଟକଣା ମଧ୍ୟରେ ଭକ୍ତ କିପରି ଶୃଙ୍ଖଳିତ ଦର୍ଶନ କରିପାରିବେ,ତାହାର ସମୀକ୍ଷା କରିଛନ୍ତି ଉଚ୍ଚ ଅଧିକାରୀ । ଏଥିସହ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ବିକାଶ ଓ ହେରିଡ଼େଜ କରିଡ଼ରର ଉନ୍ନତି କାର୍ଯ୍ୟ ମଧ୍ୟ ତଦାରଖ କରିଥିଲେ । ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲୁ୍ଥିବାରୁ ମନ୍ଦିର ଚାରିପଟେ ଓ ଐତିହସ୍ଥଳିର ଚତୁପାଶ୍ୱର୍ ସଫେଇ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏସବୁ କାର୍ଯ୍ୟର ସମୀକ୍ଷା କରିଥିଲେ । ତେବେ କାର୍ଯ୍ୟ କେତେଦୂର ଅଗ୍ରଗତି ହୋଇଛି ସେନେଇ ଫାଇଭଟି ସଚିବ ଆଜି ସମୀକ୍ଷା କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0