ନୂଆଦିଲ୍ଲୀ: ଆଜି ବସିବ କଂଗ୍ରେସର ସାଂଗଠନିକ ବୈଠକ । ଏହି ବୈଠକରେ ୧୦ ଜନପଥରେ ସାମିଲ ହେବେ ଦଳର ୨୩ ତୁଙ୍ଗ ନେତା । ଏଥିରେ ଆଗାମୀ ବିଧାନସଭା ନିର୍ବାଚନ ଓ ଦଳର ନେତୃତ୍ୱ ସମ୍ପର୍କରେ ଆଲୋଚନା ହେବ । ଆଜି ଦଳର ସଭାପତି ସୋନିଆ ଗାନ୍ଧି ଏନେଇ ବୈଠକ ଡାକିଛନ୍ତି। କିନ୍ତୁ ସେପଟେ ରାହୁଲଙ୍କ ହାତକୁ କମାଣ ଦେବାକୁ ଦଳର ଅନେକ ନେତା ଯୁକ୍ତି ବାଢୁଛନ୍ତି । ତେଣୁ ଆଶା କରାଯାଉଛି ଆଜିର ବୈଠକରେ ଏହା ଉପରେ ମୋହର ବାଜି ପାରେ । ଦଳର ସାଙ୍ଗଠନିକ ସ୍ଥିତି, ଦେଶରେ ନିକଟରେ ହୋଇଥିବା ବିଧାନସଭାରେ ଦଳର ଦୁର୍ବଳ ପ୍ରଦର୍ଶନ ଉପରେ ମାନସମନ୍ଥନ ହୋଇପାରେ । କରୋନା କାଳରେ ଏହା ହେବ ପ୍ରଥମ ବୈଠକ ଯେଉଁଥିରେ କଂଗ୍ରେସର ତୁଙ୍ଗ ନେତାଏଁ ମୁହାଁମୁହିଁ ବସି ଦଳର ସ୍ଥିତି ନେଇ ଆଲୋଚନା କରିବେ ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0