spot_img

ସମାଜସେବୀ ଅଭିମନ୍ୟୁଙ୍କ ନିଆରା କାର୍ଯ୍ୟରେ ମହମ୍ମଦ କୈଫଙ୍କ ପ୍ରଶଂସା

ପ୍ରକୃତରେ ଅଜବ ଏ ଦୁନିଆ । ଆଜିର ଦୁନିଆରେ ପରସ୍ପରକୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦେଉଛନ୍ତି । କିନ୍ତୁ ଅସହାୟଙ୍କ ପାଖରେ ଭଗବାନ ହୋଇ ଛିଡା ହୋଇଛନ୍ତି କଟକର ସମାଜସେବୀ ଅଭିମନ୍ୟୁ ଦାସ । ଅଭିମନ୍ୟୁ କହିଲେ କଟକ ବଡ ଡାକ୍ତରଖାନା ଠାରୁ ଆରମ୍ଭ କରି ଆଚାର୍ଯ୍ୟ ହରିହର କ୍ୟାନସର ଡାକ୍ତରଖାନାରେ ସମସ୍ତେ ଜାଣିଛନ୍ତି । ସକାଳ ଆରମ୍ଭ ହେବା ପରଠାରୁ ରାତି ଯାଏଁ ଅସହାୟଙ୍କୁ ସାହାଯ୍ୟ ଯୋଗାନ୍ତି ଅଭିମନ୍ୟୁ । କଟକର ଜଣେ ବହି ବନ୍ଧାଳି ଭାବେ କାର୍ଯ୍ୟ କରୁଥିବା ଅଭିମନ୍ୟୁ ଅନ୍ୟମାନଙ୍କ ସୁଖ ଦୁଃଖରେ ଛିଡାହୋଇ ସମସ୍ତଙ୍କ ମୁହଁରେ ହସ ଫୁଟାଇଛନ୍ତି । । ବିଶେଷ କରି ଡାକ୍ତରଖାନାରେ କୈାଣସି ଅସହାୟ ରୋଗୀ ପଡିଥିଲେ କିମ୍ବା କାହାର ଅନ୍ତିମ ସଂସ୍କାର କରିବା ପାଇଁ ଚାରି କାନ୍ଧ ନ ମିଳିଲେ ଆଗେଇ ଆସନ୍ତି ଅଭିମନ୍ୟୁ । ବର୍ଷ ବର୍ଷ ଧରି ଏଭଳି କାମ କରି ଆସୁଥିବା ଅଭିମନ୍ୟୁଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି । ତେବେ ତାଙ୍କର ଏହି ନିଆରା କାମ ପାଇଁ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମହମ୍ମଦ ଟ୍ୱିଟ ଯୋଗେ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular