ଦେଶରେ କରୋନା ମହାମାରୀ ପାଇଁ ଜାରି ରହିଥିବା ଲକଡାଉନ୍ ରେ କୋହଳ ହେବା ପରେ ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟି୍ରରେ ଧିରେ ଧିରେ ସୁଟିଂ ଆରମ୍ଭ ହୋଇଛି । ଏନେଇ ଟେଲିଭିଜନରେ ପ୍ରସାରିତ ହେଉଥିବା ସିରିଏଲ୍ ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି । ସେହିଭଳି କିଛି ନୂଆ ଏପିସୋଡ ଟିଭିରେ ପ୍ରସାରିତ ହେବା ଆରମ୍ଭ ହୋଇସାରିଛି । ଏସବୁ ମଧ୍ୟରେ କପିଲ ଶର୍ମା ଶୋ’ର ଦିୱାନା ଥିବା ଲୋକମାନଙ୍କ ପାଇଁ ଖୁସି ଖବର । କାରଣ ପୁଣି ଥରେ ‘ଦ କପିଳ୍ ଶର୍ମା ଶୋ’ ସୁଟିଂ ଆରମ୍ଭ ହୋଇଥିବା ବେଳେ ବହୁତ ଜଲଦି ନୂଆ ଏପିସୋଡ ପ୍ରସାରିତ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ସୋସିଆଲ ମିଡିଆରେ କପିଲ ଶର୍ମା ଶୋ’ର ନୂଆ ପ୍ରୋମୋ ରିଲିଜ୍ କରାଯାଇଛି । ଏହି ଧମାକାଦାର୍ ଭିଡିଓ ଦେଖିବା ପରେ ଆପଣ ମଧ୍ୟ ଅନ୍ଦାଜ୍ ଲଗାଇପାରିବେ ଆଗାମୀ ଏପିସୋଡ୍ କେତେ ମଜାଦାର୍?
video courtesy:
Laut aayegi woh khushiyaan, aur woh jocks, kyunki hum kar rahe hain #RestartSafely aur jald hee laut rahe hain #TheKapilSharmaShow ke naye episodes ke saath! @KapilSharmaK9 @kikusharda @haanjichandan @Krushna_KAS @bharti_lalli @sumona24 @banijayasia @apshaha pic.twitter.com/HDGAnaFf4y
— sonytv (@SonyTV) July 21, 2020
‘ଦ କପିଲ ଶର୍ମା ଶୋ’ର ଜବରଦସ୍ତ ଫ୍ୟାନ ଫଲୋଇଂ ରହିଛନ୍ତି । ଶୋ’ର ପ୍ରତ୍ୟେକ ଚରିତ୍ର ମଧ୍ୟ ଲୋକଙ୍କ ମନରେ ରାଜ୍ କରିପାରିଛି । ସୂଚନା ଯୋଗ୍ୟ ସୋସିଆଲ ମିଡିଆରେ କପିଲ ଶର୍ମା ଶୋ’ର ନୂଆ ପ୍ରୋମୋ ରିଲିଜ୍ କରାଯାଇଛି । ସୋସିଆଲ ମିଡିଆରେ ସୋନି ଟିଭି ଏହି ପ୍ରୋମୋ ସେୟାର କରିବା ସହ ଲେଖିଛନ୍ତି, ପୁଣି ଫେରିଆସିବ ସେହି ଖୁସି ଏବଂ ଜୋକ୍ସ, କାରଣ ଆମେ କରିବାକୁ ଯାଉଛୁ ରିଷ୍ଟାର୍ଟସେଫ୍ଲୀ । ଅର୍ଥାତ ବହୁତ ଜଲଦି ନୂଆ ଏପିସୋଡ୍ ସହ ଫେରୁଛି ଦ କପିଲ ଶର୍ମା ଶୋ’ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0