ନୟାଗଡ: ପରୀ ହତ୍ୟା ମାମଲାରେ ୩ ଜଣଙ୍କୁ ଉଠାଇ ନେଇଛି ଏସଆଇଟି। ପରୀର ଗାଁ ଯଦୁପୁରରୁ ଏହି ତିନି ଜଣଙ୍କୁ ଉଠାଯାଇଛି। ସେମାନେ ହେଲେ- ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀ। ସରୋଜଙ୍କୁ ପୂର୍ବରୁ ୨ ଥର ଉଠାଇ ନେଇ ପଚରାଉଚରା କରିଥିବା ଏସ୍ଆଇଟି ଆଜି ପୁଣି ତାଙ୍କୁ ଉଠାଇଛି। ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ସୂଚନା ମିଳିଛି। ପୂର୍ବରୁ ପଚରାଉଚରା ସମୟରେ ଏସ୍ଆଇଟିକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ସତ୍ତ୍ୱେ ତାଙ୍କୁ ଫସାଇ ଦେବାକୁ ଉଦ୍ୟମ କରାଯାଉଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଥିଲେ ସରୋଜ। ଦୋଷ ମୁଣ୍ଡେଇ ନେବାକୁ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିଲେ ବୋଲି ମଧ୍ୟ ସେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0