ଭୁବନେଶ୍ବର : ଆଜି ରାଜଧାନୀ ବରମୁଣ୍ଡା ବସ ଷ୍ଟାଣ୍ଡ୍ ତଳେ ଟ୍ରାଫିକ ପୋଲିସ ଆରମ୍ଭ କରିଛି ସଚେତନତା କାର୍ଯ୍ୟକ୍ରମ। ରାସ୍ତା କଡରେ ବସ ରଖି ଦୀର୍ଘ ଦିନ ଧରି ରାସ୍ତା ଅବରୋଧ କରୁଥିବା ଗାଡିକୁ ଫାଇନ୍ କରିଛି ଟ୍ରାଫିକ ପୋଲିସ। ଏହାସହ ଦୀର୍ଘ ଦିନ ଧରି ରାସ୍ତା ଉପରେ ପଡି ରହିଥିବା ଗାଡିଗୁଡିକୁ ଟ୍ରାଫିକ ପୋଲିସ ଉଠାଇ ନେଇଛି। ବରମୁଣ୍ଡା ବସଷ୍ଟାଣ୍ଡର ଓଭରବ୍ରିଜ ତଳେ ଥିବା ଚତୁର୍ପାଶ୍ୱ ରାସ୍ତାରେ ବସ ଗୁଡିକ ଘଣ୍ଟା ଘଣ୍ଟା ଧରି ଅଟକି ରହୁଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାନୁଆରୀ ପହିଲାରୁ ଟ୍ରାଫିକ ନିୟମ କଡ଼ାକଡ଼ି ପାଳନ ହେବ। ଟ୍ରାଫିକ ନିୟମ ଉଲଂଘନ କରୁଥିବା ବ୍ୟକ୍ତିଙ୍କୁ ଗଣିବାକୁ ପଡିବ ତଣ୍ଡ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0