ଭୁବନେଶ୍ବର: ବାଣୀବିହାର ଡିଡିସିଇ ସିନିୟର ଆସିଷ୍ଟାଣ୍ଟ୍ ଅଶୋକ କୁମାର ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍। ପାଣ୍ଡ୍ରାସ୍ଥିତ ୨ ମହଲା ଘର, ପ୍ରଶାନ୍ତ ବିହାର ସରକାରୀ କ୍ବାର୍ଟରରେ ରେଡ୍ ହୋଇଛି। ବାଣୀ ବିହାର ଅଫିସ୍ ଓ କଳିଙ୍ଗନଗର k4/140 ରେ ମଧ୍ୟ ଚଢ଼ାଉ ହୋଇଛି। ବର୍ତ୍ତମାନ ସୁଦ୍ଧା ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। ନଗଦ ୩ ଲକ୍ଷ ୫୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଏପରି କି ବ୍ୟାଙ୍କରେ ଥିବା ୧୧ଟି ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଥିବା ଭିଜିଲାନ୍ସ ହାତରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଘରେ ଥିବା ୩୦୦ ଗ୍ରାମର ସୁନା ଏବଂ ୧୫୦ ଗ୍ରାମର ରୂପ ଜବତ ହୋଇଛି। ଅଶୋକଙ୍କା ନାଁରେ ଆଉ କେଉଁଠି କେଉଁଠି ଘର ରହିଛି, ଏ ନେଇ ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ କରିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0