ୱାସିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଦାୟିତ୍ୱ ଗ୍ରହଣ କରିବା ପାଇଁ ଯାଉଛନ୍ତି । ତେବେ ଏଥିରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ପ୍ରଶାସନ ଋଷିଆରେ ଅବଶିଷ୍ଟ ୨ ବାଣିଜ୍ୟ ଦୂତାବାସ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅନୁସାରେ ଏବେ କେବଳ ମସ୍କୋରେ କେବଳ ଆମେରିକା ଦୂତାବାସଟି ରହିବ। ସୂଚନା ଅନୁଯାୟୀ ଋଷିଆର ବ୍ଲାଡିଭୋସ୍ତକରେ ଥିବା କନସୁଲେଟକୁ ବନ୍ଦ କରିବା ସହ ଏକାଟେରିନବର୍ଗ କନସୁଲେଟରେ ଡିସେମ୍ବର ୧୦ରୁ କାର୍ୟ୍ୟସ୍ଥଗିତ କରିଦେଇଛି। ଆମେରିକା ଷ୍ଟେଟ୍ ଡିପାର୍ଟମେଣ୍ଟ ପକ୍ଷରୁ କଂଗ୍ରେସକୁ ଦିଆଯାଇଥିବା ସୂଚନାରେ ଏହା କୁହାଯାଇଛି। ୨୦୧୭ ମସିହାରେ ଋଷିଆ ଜାରି କରିଥିବା କଟକଣା ଦେଶରେ ଆମେରିକା ମିସନକୁ ପ୍ରଭାବିତ କରିଛି। ଋଷିଆ ସରକାର ଦୂତାବାସ କର୍ମଚାରୀଙ୍କ ନିମନ୍ତେ ଲାଗୁ କରିଥିବା କୁଟନୈତିକ ଭିସା କାରଣରୁ ଋଷିଆରେ ଆମେରିକୀୟ ମିସନ୍ କର୍ମଚାରୀ ସଂକଟର ସମ୍ମୁଖୀନ ହେଉଛି। ଏଣୁ ଋଷିଆରେ କନସୁଲେଟ୍ ଗୁଡିକୁ ଆମେରିକା ଗୋଟିକ ପରେ ଗୋଟିଏ ବନ୍ଦ କରିବାରେ ଲାଗିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0