ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଥାନା ମିଲନ ନଗର ରାସ୍ତାକଡରୁ ଜଣେ ରେଲୱେ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଜିତେନ୍ଦ୍ର ରକ୍ସା ବୋଲି ଜଣାପଡିଥିବା ବେଳେ ତାଙ୍କ ମୁଣ୍ଡକୁ ଇଟା ଓ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସୂଚନା ମୁତାବକ ଜିତେନ୍ଦ୍ର ଗତକାଲି ଅପରାହ୍ନରୁ କୌଣସି କାମରେ ବାହାରକୁ ଯାଇ ଆଉ ଘରକୁ ଫେରିନଥିଲେ। ହେଲେ ଆଜି ସକାଳେ ତାଙ୍କ ରକ୍ତାକ୍ତ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର କରାଯାଇଛି। ଅଭିଯୋଗ ପାଇବା ପରେ ବରିଷ୍ଠ ପୋଲିସ ଅଫିସରଙ୍କ ସହ ବନ୍ଧମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ହତ୍ୟାକାରୀକୁ ଗିରଫ କରିବା ପାଇଁ ଦାବି କରାଯାଉଥିବା ଜଣାପଡିଛି ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0