spot_img

ପାର୍କରେ ଦୁଇ ଝିଅ ବୁଲୁଥିବା ବେଳେ ହଠାତ୍ ପଛରୁ ପିଛା କଲା ମଇଁଷି, ଦେଖନ୍ତୁ ତା’ପରର ଦୃଶ୍ୟ ଏହି ଭିଡିଓରେ. . .

ସୋସିଆଲ ମିଡିଆରେ ଏକ ଡରାଇଦେବା ଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯିବେ । ଆମରେିକାର ୟେଲୋଷ୍ଟୋନ ନ୍ୟାସନାଲ ପାର୍କରେ ଏକ ମଇଁଷି ଦୁଇ ଝିଅଙ୍କ ପିଛା କରୁଥିବାର ନଜର ଆସିଛି । ଏହି ଭିଡିଓକୁ ଗତ ସପ୍ତାହରେ ୟୁଟ୍ୟୁବରେ ସେୟାର କରାଯାଇଛି । ଏହି ଭିଡିଓରେ ଆପଣମାନେ ଦେଖିବାକୁ ପାଇବେ ଦୁଇଟି ମଇଁଷି ଝିଅ ଦୁଇଟିଙ୍କ ପିଛା କରିବା ପୂର୍ବରୁ ପାର୍କରେ ଛିଡା ହୋଇଥିଲେ । ଏହାପରେ ଆପଣ ଲକ୍ଷ୍ୟ କରିପାରିବେ ଯେପରି ମଇଁଷିଟି ଜୋରରେ ଦୌଡିବା ଆରମ୍ଭ କରିଛି ଝିଅ ଦୁଇଟି ନିଜର ଜୀବନ ବଞ୍ଚାଇବା ପାଇଁ ମଧ୍ୟ ଜୋରରେ ଦୌଡିଛନ୍ତି ।

video courtesy: Cloie Frances

ଏହି ସମୟରେ ହଠାତ ଜଣେ ଝୁଣ୍ଟିପଡି ତଳେ ପଡିଯାଇଛନ୍ତି  । ଏଭଳି ମୁହୂର୍ତ୍ତରେ ଅନ୍ୟ ଜଣେ ସାଙ୍ଗକୁ କିପରି ରକ୍ଷା କରିବେ କିଛି ଚିନ୍ତା କରିପାରିନାହାନ୍ତି । କିନ୍ତୁ ଦେଖନ୍ତୁ ବିଧିର ବିଧାନ, ଉକ୍ତ ସ୍ଥାନରେ ପଡି ରହିଥିବା ଝିଅଟି ପାଖକୁ ମଇଁଷିଟି ଯାଇଥିଲା ସତ କିନ୍ତୁ କୌଣସି କ୍ଷତି ନକରି ସେଠାରେ କିଛି କ୍ଷଣ ପାଇଁ ରହିବା ପରେ ଚାଲି ଯାଇଥିଲା । ଯାହାର ଦୃଶ୍ୟ ଆପଣ ଏହି ଭିଡିଓରେ ସ୍ପଷ୍ଟ ଦେଖିପାରିବେ । ଏହାପରେ ଦୁଇଟି ଝିଅ ସୁରକ୍ଷିତ ଭାବେ ସେଠାରୁ ଚାଲିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular