spot_img

ସୋନୁଙ୍କ ‘ପ୍ରବାସୀ ରୋଜଗାର ଆପ୍’

୨୩ ଜୁଲାଇରେ ‘ପ୍ରବାସୀ ରୋଜଗାର ଆପ୍’ ଲଞ୍ଚ ହେବାକୁ ଯାଉଛି । ୫୦ରୁ ଅଧିକ ପ୍ରତିଷ୍ଠିତ କମ୍ପାନୀଗୁଡିକରେ ଥିବା ଚାକିରୀ ସୁଯୋଗକୁ ନେଇ ବଲିଉଡ ଅଭିନେତା ସୋନୁ ସୁଦ୍ ଏହି ଆପ୍ ଲଞ୍ଚ କରିବାକୁ ଯାଉଛନ୍ତି । ଏହି ଆପ୍ ସହାୟତାରେ ପ୍ରବାସୀ ଶ୍ରମିକମାନଙ୍କୁ ରୋଜଗାର ଯୋଗାଇ ଦିଆଯିବ । ବିଭିନ୍ନ ନିର୍ମାତା କମ୍ପାନୀ ସହିତ ସ୍ୱାସ୍ଥ୍ୟସେବା, ଇଂଜିିନିୟରିଂ, ଅଟୋମୋବାଇଲ, ଇ-କମର୍ସ ସହ ଜଡିତ ୫୦୦ ରୁ ଅଧିକ ପ୍ରତିଷ୍ଠାନର ନିଯୁକ୍ତି ସଂପର୍କିତ ସୂଚନା ଏଥିରେ ମିଳିପାରିବ । ୨୪ ଘଣ୍ଟା ହେଲ୍ପଲାଇନ ସହାୟତାରେ ନିଯୁକ୍ତି ଭିତ୍ତିକ ଖବର ଜଣାଇ ଦିଆଯିବ । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର, ହାଇଦ୍ରାବାଦ, କୋଏମ୍ବାଟୁର, ଅହମ୍ମଦାବାଦ ଏବଂ ଥିରୁଅନନ୍ତପୁରମ ସହିତ ସାତଟି ସହରରେ ଏହି ଆପ୍ କାମ କରିବ । ଏଥିରେ ଜଡିତ ଥିବା ପ୍ରତିଷ୍ଠିତ କମ୍ପାନୀ ଦେଶର ଦାରିଦ୍ର୍ୟ ସୀମାରେଖା ତଳେ ଥିବା କୁଶଳୀ ଯୁବକମାନଙ୍କୁ ରୋଜଗାର ଯୋଗାଇ ଦେବେ ବୋଲି କହିଛନ୍ତି ଅଭିନେତା ସୋନୁ ସୁଦ୍ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular