ବଡଚଣା: ପଶ୍ଚିମ ବଡଚଣା ପାହାଡ ଜଙ୍ଗଲ ଘେରା ହୋଇଥିବାରୁ ହାତୀ ଓ ଅନ୍ୟାନ୍ୟ ଜଙ୍ଗଲ ଜନ୍ତୁକୁ ଦୃଷ୍ଟିରେ ରଖି ବନ ବିଭାଗର ତତ୍ପରତା ଦେଖିବା ପାଇଁ ମିଳିଛି। ଜଙ୍ଗଲ କଡେ କଡେ ଚାଲିଛି ଟ୍ରେଞ୍ଚ ଖୋଳା । ହାତୀ ମାନଙ୍କୁ ଗାଁ ମୁହାଁ ନ ହେବା ପାଇଁ ଏଭଳି ପ୍ରସ୍ତୁତି ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସମିଆଁ ଗ୍ରାମପଞ୍ଚାୟତର ଭାଲୁମରା,ସାତଲୁଣ୍ଡା,ଚମ୍ପାପୁର ଭଳି ଅନେକ ଗ୍ରାମ ପାଖରେ ଚାଲିଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗରିବ ଅସହାୟ ଆଦିବାସି ମାନଙ୍କୁ କାମ ଯୋଗାଇ ଦେବାର ଚିତ୍ର ଦେଖିବାକୁ ମିଳିଛି । ଡାଳିଜୋଡ଼ା ବନାଞ୍ଚଳ ବୈରୀ ବନ ବିଭାଗର ଏହି କାର୍ୟ୍ୟ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନ୍ତର୍ଭୁକ୍ତ କରାଇ ସାଧାରଣ ଆଦିବାସୀ ଜବ କାର୍ଡ ଧାରୀ ମାନଙ୍କୁ କାର୍ୟ୍ୟ ମିଳିବା ସହ ପ୍ରତି ସପ୍ତାହରେ ନିଜ ନିଜ ବ୍ୟାଙ୍କ ଆକାଉଣ୍ଟ କୁ ଟଙ୍କା ସହଜରେ ଆସୁଛି ଯାହାକୁ ନେଇ ସାଧାରଣ ଜବ କାର୍ଡ ଧାରୀ ସହଜରେ କାମ ପାଇବା ସହ କୋରନା ମହାମାରୀ ପର ଅବସ୍ଥା ବା ଆର୍ଥିକ ଅନଣ୍ଟନ ଦୂରେଇ ଜିବା ସହିତ ବନ ବିଭାଗକୁ ଧନ୍ୟବାଦ ଦେଇଛନ୍ତି। ଶୁଣନ୍ତୁ କଣ କହୁଛନ୍ତି କାର୍ୟ୍ୟ କରୁଥିବା ଶ୍ରମିକ।



Visitors Today : 4
Total Visitors : 130445
Total Views : 9891979
Visitors Online Now : 0