spot_img

ପୁଣି କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଅଞ୍ଚଳରୁ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି:  ପୁଣି କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଅଞ୍ଚଳରୁ ଦାଦନ ଶ୍ରମିକ ଉଦ୍ଧାର । ବେଆଇନ ଚାଲାଣ ବେଳେ ୧୩ ଜଣ ଶ୍ରମିକଙ୍କୁ ଉଦ୍ଧାର ବଙ୍ଗୋମୁଣ୍ଡା ପୋଲିସ । ଉଦ୍ଧାର ହୋଇଥିବା ୧୩ ଜଣ ଶ୍ରମିକଙ୍କ ମଧ୍ୟରେ ୮ ଜଣ ପୁରୁଷ ୫ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ଅଟୋରେ ଏମାନେ କଣ୍ଟାବାଞ୍ଜି ଷ୍ଟେସନ ଯାଉଥିଲେ । କବର ପାଇ ଅଟୋକୁ ଅଟକାଇ ପଚରାଉଚରା ବେଳେ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡିଥିଲା । ଉଦ୍ଧର ୧୩ ଜଣ ଶ୍ରମିକଙ୍କ ମଧ୍ୟରେ ୮ ଜଣ ପୁରୁଷ ୫ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି । ଶ୍ରମିକ ମାନେ ନୁଆପଡା ଜିଲ୍ଲା ଖାସବାହାଲ ଗାଁର ବୋଲି ଜଣାପଡିଛି । ଦାଦନ ଶ୍ରମିକ ମାନଙ୍କ ପାଖରେ କୌଣସି କାଗଜପତ୍ର ନଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଉଦ୍ଧାର ଶ୍ରମିକ ମାନେ ମୁଣ୍ଡପିଛା ୩୦ ହଜାର ଟଙ୍କା ଅଗ୍ରୀମ ନେଇ କଂଟାବାଞ୍ଜିରୁ ଟ୍ରେନ ଯୋଗେ ହାଇଦ୍ରାବାଦ ର ଏକ ଇଟା ଭାଟିକୁ ଯାଉଥିବା କହିଛନ୍ତି ଶ୍ରମିକ ମାନେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular