ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ଶିଳାନ୍ୟାସ ହେବାକୁ ଯାଉଛି । ସେଥିପାଇଁ ଅଯୋଧ୍ୟାରେ ପ୍ରସ୍ତୁତି ଜୋରଦାର ଚାଲିଛି । ଶ୍ରୀରାମ ଜନ୍ମଭୂମିର କୋଷାଧକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ଏନେଇ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ । ସାମାଜିକ ଦୂରତା ବଜାୟ ରଖିବା ପାଇଁ ଆମନ୍ତ୍ରିତ ୧୫୦ ଲୋକଙ୍କ ସହ ୨୦୦ରୁ ଅଧିକ ଲୋକ ଏକତ୍ର ହେବେନାହିଁ । ଶିଳାନ୍ୟାସ ପୂର୍ବରୁ ପ୍ରଧାନମନ୍ତ୍ରୀ ମନ୍ଦିରରେ ଭଗବାନ ରାମ ଓ ହନୁମାନ ଗଢ଼ୀରେ ହନୁମାନ ପ୍ରାର୍ଥନା କରିବେ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍ର ପ୍ରସ୍ତାବିତ ମନ୍ଦିରର ନକ୍ସା ଆସିଯାଇଛି । ମନ୍ଦିରର ନାମ ଶ୍ରୀରାମ ଜନ୍ମଭୂମି ମନ୍ଦିର ରଖାଯାଇଛି । ପୂର୍ବ ମନ୍ଦିରର ଆକାରଠାରୁ ଏହି ମନ୍ଦିରର ଆକାର ପ୍ରାୟ ୧୦,୦୦୦ ବର୍ଗଫୁଟ ବଡ଼ । ପୂର୍ବ ମନ୍ଦିରରେ ୨୦,୦୦୦ ଭକ୍ତ ଏକାଠି ପ୍ରାର୍ଥନା କରିବା କ୍ଷମତା ଥିବାବେଳେ ନୂଆ ମନ୍ଦିରରେ ୫୦,୦୦୦ ଭକ୍ତ ଏକତ୍ର ପ୍ରାର୍ଥନା କରିପାରିବେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0