ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ପରେ ବିଭିନ୍ନ ମହଲରୁ ବ୍ୟାଟ୍ସମ୍ୟାନଙ୍କ ପ୍ରତି ସମାଲୋଚନା ବଢିବାରେ ଲାଗିଛି । ଏପରିସ୍ଥଳେ ପୂର୍ବତନ କିମ୍ବଦନ୍ତି କ୍ରିକେଟର ସୁନୀଲ ଗାଭାସ୍କର ଭାରତୀୟ ବ୍ୟାଟ୍ସମ୍ୟାନ ମାନଙ୍କ ପ୍ରତି ସମବେଦନା ଜଣାଇଥିବା ବେଳେ ଦିଲ୍ଲୀପ ଭେଙ୍ଗସରକାର ଭାରତୀୟ ବ୍ୟାଟ୍ସମ୍ୟାନଅଷ୍ଟ୍ରେଲିଆ ପିଚରେ କିପରି ଖେଳିବା ଉଚିତ, ପ୍ରଥମେ ଶିଖିବା ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ପୂର୍ବତନ କିମ୍ବଦନ୍ତି ଅଧିନାୟକ ତଥା ବର୍ତ୍ତମାନର ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ରାହୁଲ ଦ୍ରାବିଡଙ୍କୁ ବିସିସିଆଇ ତୁରନ୍ତ ଅଷ୍ଟ୍ରେଲିଆ ପଠାଇବା ଆବଶ୍ୟକ ବୋଲି ଭେଙ୍ଗସରକାର ପ୍ରସ୍ତାବ ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0