ଗୁଜରାଟ: ଗୁଜରାଟ ଜାମନଗରରେ ହେବାକୁ ଯାଉଛି ସର୍ବବୃହତ ପ୍ରାଣୀ ଉଦ୍ୟାନ । ରିଲାଏନ୍ସ ଇଣ୍ଡଷ୍ଟି୍ରଜ ଲିମିଟେଡ଼ ଏହି ପକଳ୍ପ ଉପରେ କାମ କରୁଛି । ଆଗାମୀ ୨ବର୍ଷ ମଧ୍ୟରେ ଏହାର କାମ ଶେଷ ହେବା ସହ ସାଧାରଣ ଲୋକଙ୍କ ପାଇଁ ଖୋଲା ହେବ ବୋଲି ଆଶା କରାଯାଉଛି । ତେବେ ଏହା ବିଶ୍ୱର ସବୁଠାରୁ ବଡ଼ ପ୍ରାଣୀ ଉଦ୍ୟାାନ ହେବ ବୋଲି କୁହାଯାଉଛି । ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ପଶୁମାନଙ୍କୁ ଏଠାକୁ ଅଣାଯିବ । ଏହି ପ୍ରକଳ୍ପକୁ ରିଲାଏନ୍ସ ଏମଡ଼ି ମୁକେଶ ଅମ୍ବାନିଙ୍କ ସାନପୁଅ ଅନନ୍ତ ଅମ୍ବାନୀ ତଦାରଖ କରୁଛନ୍ତି । ୨୮୦ ଏକର ଉପରେ ନିର୍ମିତ ହେୁଛି ଏହି ଉଦ୍ୟାନଟି । ଚଳିତ ବର୍ଷ ଲକଡ଼ାଡ଼ନ ଯୋଗୁଁ ପ୍ରକଳ୍ପ କାମରେ ବିଳମ୍ବ ହୋଇଛି । କିନ୍ତୁ ଆସନ୍ତା୨ ବର୍ଷ ମଧ୍ୟରେ କାମ ଶେଷ ହୋଇଯିବ ବୋଲି ରିଲାଏନ୍ସ କର୍ପୋରେଟ ଆଫେୟାର୍ସ ନିଦେ୍ର୍ଦଶକ ପାରମଲ ନାଥୱାନି ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦା୍ୱରା ସିକୃତି ପ୍ରାପ୍ତ ହୋଇଛ ଏହି ପାର୍କ । ଏଥିରେ ପ୍ରାଣୀମାନଙ୍କ ପାଇଁ ବିଭିନ୍ନ ବିଭାଗ ରହିଛି । ଫରେଷ୍ଟ ଅଫ ଇଣ୍ଡିଆ,ବେଙ୍ଗ ହାଉସ କୀଟ,ଲାଇଭ ଡ୍ରାଗନ ଲ୍ୟାଣ୍ଡ, ନାମକ ଅନେକ ବିଭାଗ ପ୍ରସ୍ତୁତ କରାଯିବ । ଏଠାରେ ପଶୁମାନଙ୍କୁ ଉପଯୁକ୍ତ ବାତାବରଣରେ ରଖାଯିବ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0