ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା କାଲଟା ଫାଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି ଚାଞ୍ଚଲ୍ୟକର ଘଟଣା। ଘରୋଇ କଳିକୁ କେନ୍ଦ୍ର କରି ବାପା ତା’ର ପୁଅକୁ ଟାଙ୍ଗିଆରେ ହାଣି ଦେଇଛି। ଯାହା ଫଳରେ ଘଟଣାସ୍ଥଳରେ ହିଁ ପୁଅର ମୃତ୍ୟୁ ହୋଇଛି। ତେବେ ଏହି ଘଟଣାକୁ ଲୁଚାଇବାକୁ ଯାଇ ବାପା ଓ ସାବତ ମା’ ମୃତ ପୁଅର ଶରୀରରେ ରଶି ଲଗାଇ ଶବକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଦେଲେ।
ମିଳିଥିବା ସୂଚନା ଅନୁଯାୟୀ, ସନ୍ତୋଷର ପ୍ରଥମ ସ୍ତ୍ରୀର ପୁଅ ସମରାନ୍ ଡାଙ୍ଗ ପ୍ରତିଦିନ ଭଳି ମଦ୍ୟପାନ କରି ଘରେ କଳହ କରୁଥିଲା। କହଳ ବଢ଼ିବାରୁ ବାପା ଉତ୍ୟକ୍ତ ହୋଇ ନିଜ ପୁଅକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଯାହା ଫଳରେ ପୁଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।ପୂରା ଘଟଣାକୁ ରଫା ଦଫା କରିବା ପାଇଁ ବାପା ସନ୍ତୋଷ ଏବଂ ସାବତ ମା’ ମୃତ ପୁଅର ହାତ ଗୋଡ଼କୁ ରଶିରେ ବାନ୍ଧି ଏକ ଭାର ସାହାଯ୍ୟରେ ନିକଟସ୍ଥ ମାତାଝର ଜଙ୍ଗଲର ଏକ ନାଳରେ ଫୋପାଡ଼ି ଦେଇଥିଲେ। ଖବର ପାଇ କୋଇଡା ପୁଲିସର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଟାଙ୍ଗିଆକୁ ଜବତ କରି ହତ୍ୟାକାରୀ ବାପକୁ ଗିରଫ କରି ତଦନ୍ତ ଚଳାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0