spot_img

ଯୁକ୍ତ ୩ ଦ୍ୱିତୀୟ ପର୍ୟ୍ୟାୟ ଆଡମିସନ ପାଇଁ ସମୟସୀମା ଜାରି

ଭୁବନେଶ୍ୱର: ଆଜି ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଯୁକ୍ତ ୩ ପ୍ରଥମ ବର୍ଷର ଦ୍ୱିତୀୟ ପର୍ୟ୍ୟାୟ ଆଡମିସନ ପାଇଁ ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷଙ୍କ ନିମନ୍ତେ ମାର୍ଗଦର୍ଶିକା ଓ ସମୟସୀମା ଜାରି କରିଛନ୍ତି। ଜାରି ମାର୍ଗଦର୍ଶିକା ଅନୁସାରେ, ପ୍ରଥମ ପର୍ୟ୍ୟାୟରେ ଯେଉଁମାନେ ‘ସିଏଏଫ’ ଦାଖଲ କରି ନାହାନ୍ତି ସେମାନେ ଦ୍ୱିତୀୟ ପର୍ୟ୍ୟାୟ ପାଇଁ ପୁଣି ଥରେ ଆବେଦନ କରିପାରିବେ। ସେଥିପାଇଁ ସେମାନଙ୍କୁ ଅନଲାଇନରେ ‘ସିଏଏଫ’ ଫିସ ଦାଖଲ କରିବାକୁ ପଡ଼ିବ। ପ୍ରଥମ ପର୍ୟ୍ୟାୟରେ ଆଡମିସନ କରିଥିବା କିଂବା ନ କରିଥିବା ଆବେଦନକାରୀ ବା ଛାତ୍ରଛାତ୍ରୀମାନେ ମଧ୍ୟ ଦ୍ୱିତୀୟ ପର୍ୟ୍ୟାୟରେ ଆଡମିସନ ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ଆଉ ‘ସିଏଏଫ’ ଫିସ ଦାଖଲ କରିବାକୁ ପଡ଼ିବ ନାହିଁ।ବିଭିନ୍ନ କଲେଜ ଏବଂ ବିଷୟରେ ଥିବା ଖାଲି ରହୁଥିବା ସିଟଗୁଡ଼ିକୁ ‘ଏସସି, ଏସଟି, ଇଏସଏମ/ଏସଡିପି/ସିଓଏମ’ ବର୍ଗଙ୍କ ପାଇଁ ସଂରକ୍ଷଣ କରାଯିବ। ଡିସେମ୍ବର ୨୩ ତାରିଖ ପୂର୍ବାହ୍ନ ୧୧ଟାରେ ଓ୍ଵବସାଇଟରେ ଅନଲାଇନ ‘ସିଏଏଫ’ ମିଳିବ। ଅନଲାଇନ ‘ସିଏଏଫ’ ଦାଖଲର ଶେଷ ତାରିଖ ହେଉଛି ଡିସେମ୍ବର ୨୮ ତାରିଖ ରାତି ୧୧ଟା ୪୫। ସେହିପରି, ଜାନୁଆରି ୨ ତାରିଖ ଅପରାହ୍ଣ ୨ଟାରେ ମେରିଷ୍ଟ ଲିଷ୍ଟ ପ୍ରକାଶ ପାଇବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular