spot_img

ପୁଣିଥରେ ‘କୁଲି ନମ୍ବର ୱାନ’

କରୋନା ଭାଇରସ ଯୋଗୁଁ ଦେଶରେ ହୋଇଥିବା ଲକଡ଼ାଉନ ସ୍ଥିତି ସୁଧୁରିବାରେ ଲାଗିଛି । ସିନେମା ଜଗତ ମଧ୍ୟ ଧିରେ ଧିରେ ସ୍ୱଭାବିକ ହେଉଛି । ପୂର୍ବରୁ ଟିଭି ସିରିଏଲ ସହ କିଛି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ଏବେ ବଡ ପରଦା ଖୋଲିବାର ଅପେକ୍ଷାରେ ଫିଲ୍ମ ନିର୍ମାତା ।  ଫିଲ୍ମ ହଲ ଖୋଲିବା ପରେ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି ଫିଲ୍ମ ‘କୁଲି ନମ୍ବର ୱାନ’ ।

୧୯୯୫ ମସିହାରେ ଗୋବିନ୍ଦା, କରିସ୍ମା କପୁର,କାଦର ଖାନ ପ୍ରଥମ ‘କୁଲି ନମ୍ବର ୱାନ’ ଫିଲ୍ମରେ ନଜର ଆସିଥିଲେ ଏହା ଏକ କମେଡି ଫିଲ୍ମ ଥିଲା । ପୁରୁଣା ଫିଲ୍ମ କୁଲି ନମ୍ବର ୱାନର ଏହା ହେଉଛି ରିମିକ୍ସି ଫିଲ୍ମ । ଏହି ଫିଲ୍ମରେ ବରୁଣ ଧାୱନଙ୍କ ବିପକ୍ଷରେ ସାରା ଅଲ୍ଲି ଖାନ୍ ରହିଛନ୍ତି । ଏମାନଙ୍କ ସହ ପରେଶ ରାୱଲ, ରାଜପାଲ ଯାଦବ ଏବଂ ଜାଭେଦ ଜାଫରୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ନିଦେ୍ର୍ଦଶନା ବରୁଣ ଧାୱନଙ୍କ ବାପା ଡ଼େଭିଡ଼ ଧାୱନ ଦେଇଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ମେ ମାସରେ ରିଲିଜ ହେବାକୁ ଥିବାବେଳେ ଲକଡ଼ାଉନ ପାଇଁ ହୋଇପାରି ନାହିଁ । ଅନେକ ଫିଲ୍କ ଓଟିଟିରେ ରିଲିଜ ହୋଇଥିବା ବେଳେ ଏଇ ଫିଲ୍ମ ବଡ ପରଦାରେ ରିଲିଜ ହେବାକୁ ଯାଉଛି । ଦୁଇଟି ଯାକ ଫିଲ୍ମର ନିର୍ଦେଶନା ଡ଼େଭିଡ଼ ଧାୱନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular