ଓଡ଼ିଆ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି ବିସିସିଆଇର ଜାତୀୟ ଚୟନ କମିଟିରେ ସ୍ଥାନ ପାଇଛନ୍ତି । ତାଙ୍କ ସହିତ ଆବେ କୁରୁଭିଲ୍ଲା ମଧ୍ୟ ୫ ଜଣିଆ ସିନିୟର ଚୟନ କମିଟିରେ ସ୍ଥାନ ପାଇଛନ୍ତି । ପୁରୁଖା କ୍ରିକେଟ ଖେଳାଳୀ ଚେତନ ଶର୍ମାଙ୍କୁ ଚୟନ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ୫ ଜଣିଆ ଚୟନ କମିଟିରେ ଏହା ପୂର୍ବରୁ ସୁନୀଲ ଯୋଶୀ ଓ ହରବିନ୍ଦର ସିଂ ସ୍ଥାନ ପାଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିସିସିଆଇ ।
ଦେବାଶିଷ ମହାନ୍ତି ଭାରତ ପାଇଁ ୨ଟି ଟେଷ୍ଟ, ୪୫ଟି ଏକ ଦିବସୀୟ ମ୍ୟାଚ ଖେଳିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ କାର୍ୟ୍ୟ କରିଛନ୍ତି ଦେବାଶିଷ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0