ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ଟିମ ଇଣ୍ଡିଆର ପ୍ରସ୍ତୁତି ଜୋରଦାର ଚାଲିଛି । ତେବେ ଖେଳାଳିମାନେ କୁସ୍ତି ଲଢେଇରେ ଯେପରି ଟ୍ରେନିଂ ଡି୍ରଲ କରାଯାଏ ସେପରି କରିଥିବା ପରିଲକ୍ଷିତ ହୋଇଛି । ଦୁଇ ଖେଳାଳି ପରସ୍ପରକୁ ହରାଇବା ପାଇଁ ପ୍ରୟାସ କରିଥିଲେ । ପୂର୍ବରୁ କ୍ରିକେଟରେ ଏପରି ହେବା ଦେଖାଯାଇନଥିଲା । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ନେଟ୍ସକୁ ପ୍ରଥମେ ଆସି ଫିଟନେସ ଟେଷ୍ଟ କରିଥିଲେ । ହାତରେ ଏକ ବ୍ୟାଟ ଧରି ସେ ୱିକେଟ ମଝିରେ ଦୌଡିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0