ତାମିଲନାଡୁ: ସୁପରଷ୍ଟାର ରଜନୀକାନ୍ତ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ହାଇଦ୍ରାବାଦସ୍ଥିତ ଆପୋଲେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଚ୍ଚ ରକ୍ତଚାପ ଯୋଗୁ ସେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ରଜନୀକାନ୍ତ ନିକଟରେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବେ ବୋଲି ଘୋଷଣା କରିଥିଲେ। ଡିସେମ୍ବର ୩୧ରେ ସେ ନିଜ ଦଳ ଘୋଷଣା କରିବେ ବୋଲି ମଧ୍ୟ ସୂଚନା ଦେଇଥିଲେ। କିଛିଦିନ ତଳେ ତାଙ୍କର ଏକ ଫିଲ୍ମ ‘ଅନ୍ନାଥ’ର ଶୁଟିଂ ସେଟ୍ରେ ୭ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ରଜନୀକାନ୍ତଙ୍କର ମଧ୍ୟ କୋଭିଡ ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ସହିତ ତାଙ୍କ ରକ୍ତ ଚାପ ଅସ୍ଥିର ରହୁଥିଲା। ଆଜି ସକାଳେ ଉଚ୍ଚ ରକ୍ତଚାପ ଯୋଗୁ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0