spot_img

ଭିତରକନିକାରେ ଅରଣ୍ୟ ନିବାସ ଉଦଘାଟନ

ରାଜନଗର:  ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଦୀର୍ଘ ଦିନହେବ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଡାଙ୍ଗମାଳ ଠାରେ ନିର୍ମାଣ ହେଉଥିବା ପାନ୍ଥନିବାସ ଆଜି ଅରଣ୍ୟ ନିବାସ ନାମରେ ପର୍ୟ୍ୟଟକମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ଆଜି ଜାତୀୟ ଉଦ୍ୟାନ ଭିତରକନିକା ରେ ଅରଣ୍ୟ ନିବାସର ଶୁଭ ଉଦଘାଟନ ହୋଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧୧ ଟା ସମୟରେ ଏହାକୁ ଭିଡିଓ କନଫେରେନ୍ସ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଏହି ଲୋକାର୍ପଣ ଉତ୍ସବରେ ମାନ୍ୟବର ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡିଶା ପର୍ୟ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଅରଣ୍ୟ ନିବାସରେ ଉପସ୍ଥିତ ରହି ଫିତାକାଟି ଉଦଘାଟନ କରିଥିଲେ । ଅରଣ୍ୟ ନିବାସ ରେ ଅତ୍ୟାଧୁନିକ ସେବା ପର୍ୟ୍ୟଟକଙ୍କୁ ଯୋଗାଇଦିଆ ଯିବ । ଭିତରକନିକା ବୁଲିବାକୁ ଆସିବାକୁ ଥିବା ପର୍ୟ୍ୟଟକମାନେ ସ୍ବଳ୍ପ ଖର୍ଚ୍ଚରେ ଆଧୁନିକ ରହଣିର ମଜାଉଠାଇ ପାରିବେ । ଏଠାରେ ୧୨ଟି ରୁମ ରହିଛି ପ୍ରତ୍ୟେକ ରୁମ ପାଇଁ ଦୈନିକ ୨୨୦୦ ଟଙ୍କା ଭଡା ଧାର୍ୟ୍ୟ ହୋଇଥିବା ସୂଚନା ମିଳିଛି । ଏହି ଅରଣ୍ୟ ନିବାସ ହେବା ଦ୍ବାରା ନିଶ୍ଚିତ ଭାବେ ଭିତରକନିକା କୁ ଆହୁରି ପର୍ୟ୍ୟଟକ ଙ୍କ ସମାଗମ ହେବ ବୋଲି ଆଶା ରଖିଛି ପର୍ୟ୍ୟଟନ ବିଭାଗ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular