spot_img

ଆଇଟିଆଇ ନାମଲେଖା ପାଇଁ ଅନଲାଇନରେ କରିପାରିବେ ଆବେଦନ

ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ଗୁଡିକରେ ଆଇଟିଆଇ ନାମଲେଖା ବିଜ୍ଞାପ୍ତି ପ୍ରକାଶ ପାଇଛି । ଇଛୁକ ଛାତ୍ରଛାତ୍ରୀ ମାନେ ଅନଲାଇନରେ ନାମଲେଖାଇ ପାରିବେ । ଏଥିପାଇଁ ଅବେଦନ ପକ୍ରିୟା ମଧ୍ୟ ପ୍ରକାଶ ପାଇଛି । ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସାମାସ୍ (ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ) ଜରିଆରେ କେନ୍ଦ୍ରୀୟ ଅନଲାଇନ ପଦ୍ଧତିରେ ନାମ ଲେଖାଯିବ । ବିଭିନ୍ନ ଇଞ୍ଜିନିୟରିଂ ଓ ଅଣ ଇଞ୍ଜିନିୟରିଂ ଟ୍ରେଡ୍ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୧୦ମ ଶ୍ରେଣୀ ପାସ୍ କିମ୍ବା ୮ମ ଶ୍ରେଣୀ ପାସ୍ ସର୍ମ୍ପକରେ ସାମାସ୍ ପୋର୍ଟାଲ ‘www.samsodisha.gov.in’ କିମ୍ବା ‘www.dtetodisha.gov.in’ ରେ ଉପଲବ୍ଧ ହେଇଛି । ଆବେଦନକାରୀମାନଙ୍କ ଆବଶ୍ୟକ ସର୍ବନିମ୍ନ ବୟସସୀମା ୧୪ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ସୀମା କିଛିି ନାହିଁ । ଇଛୁକ ଛାତ୍ରଛାତ୍ରୀ ଉକ୍ତ ଦୁଇ ୱେବସାଇଟରେ ଲଗ୍ ଇନ୍ କରି ଅନଲାଇନରେ ଆବେଦନ କରିପାରିବେ ଏବଂ ଅନଲାଇନ ନାମଲେଖା ପ୍ରଣାଳୀରେ ମାଟ୍ରି୍କ୍ ମାର୍କ ଓ ଜାତିଗତ ପ୍ରମାଣପତ୍ରର ଅଟୋ ଭାଲିଡେସନ୍ ସୁବିଧା ନେଇପାରିବେ । ଯଦି କୈାଣସି ଆବେଦନକାରୀ ଅଟୋ ଭାଲିଡେସନ କରିପାରୁ ନଥିବେ ତେବେ ନିକଟସ୍ଥ ଯେକୈାଣସି ନୋଡାଲ ସେଣ୍ଟରରେ ନିଜର ପ୍ରମାଣପତ୍ର ଯାଞ୍ଚ କରିପାରିବେ । ଅଧିକ ଜାଣିବା ପାଇଁ ହେଲ୍ପଲାଇନ୍ ନମ୍ବର ୧୫୫୩୩୫ କିମ୍ବା ୧୮୦୦-୩୪୫-୬୭୭୦ ନମ୍ବରରେ ଯୋଗାଯୋଗ କରିପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular