ଅଯୋଧ୍ୟା: ତିନି ମହଲା ବିଶିଷ୍ଟ ହେବ ବହୁ ପ୍ରତୀକ୍ଷିତ ରାମ ମନ୍ଦିର । ପ୍ରାୟ ୧୦ ଏକର ଜମି ଉପରେ ପ୍ରସ୍ତାବିତ ବିଶାଳ ରାମ ମନ୍ଦିର ନିର୍ମାଣ କରାଯିବ । ଅବଶିଷ୍ଟ ୫୭ ଏକର ଜମି ଉପରେ ରାମ ମନ୍ଦିର କମ୍ପ୍ଲେକ୍ସ ନିର୍ମାଣ କରାଯିବ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍ ପକ୍ଷରୁ ମଞ୍ଜୁରୀ ପାଇଥିବା ପ୍ଲାନ୍ ଅନୁସାରେ ମନ୍ଦିର ବେଢ଼ାରେ ଏକ ‘ନକ୍ଷତ୍ର ବାଟିକା’ ନିର୍ମାଣ କରାଯିବ । ବେଢ଼ା ପରିସରରେ ୨୭ଟି ନକ୍ଷତ୍ର ଗଛ ଲଗାଯିବ । କେବଳ ନିଜର ଜନ୍ମଦିନ ଅବସରରେ ଲୋକେ ଏହି ବୃକ୍ଷ ମୂଳରେ ଧ୍ୟାନ କରିବାର ସୁଯୋଗ ପାଇବେ । ମନ୍ଦିର ନିର୍ମାଣରେ ୧୫ ଫୁଟର ମୂଳଦୁଆ ପଡ଼ିଲେ ମଧ୍ୟ ନିର୍ମାଣରେ ଲୁହାର ବ୍ୟବହାର ହେବ ନାହିଁ । ବାଲ୍ମିକୀ ରାମାୟଣ ବର୍ଣ୍ଣିତ ବୃକ୍ଷ ବେଢ଼ାରେ ରୋପଣ କରାଯିବ ଓ ମୁଖ୍ୟ ମନ୍ଦିର ନିର୍ମାଣ ପରେ ଭଗବାନ ଶେଷାବତାରଙ୍କ ମନ୍ଦିର ନିର୍ମାଣ ହେବ । ମନ୍ଦିର ବେଢ଼ାରେ ଗୋଶାଳା, ଧର୍ମଶାଳା ଓ ଅନ୍ୟାନ୍ୟ ପାଶ୍ୱର୍ ଦେବାଦେବୀଙ୍କ ମନ୍ଦିର ସହ ଏକ ବିଶାଳ ସଂଗ୍ରହାଳୟ ନିର୍ମାଣ କରାଯିବାର ଯୋଜନା ରହିଛି । ମନ୍ଦିରର ଉଚ୍ଚତା ୧୬୧ ଫୁଟ ରହିବା ବେଳେ ବେଢ଼ାରେ ଦୁଇଟି ବୃହତ୍ ମଣ୍ଡପ ମଧ୍ୟ ରହିବ । ଅଗଷ୍ଟ ୫ରେ ହେବାକୁ ଥିବା ଭୂମି ପୂଜନରେ ପ୍ରୟାଗ ସଙ୍ଗମ ସ୍ଥଳରୁ ଆସିଥିବା ମାଟିର ବ୍ୟବହାର କରାଯିବ ବୋଲି ବିଶ୍ବହିନ୍ଦୁ ପରିଷଦର ମୁଖପାତ୍ର ଅଶ୍ବିନୀ ମିଶ୍ର ସୂଚନା ଦେଇଛନ୍ତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0