ନୂଆଦିଲ୍ଲୀ: ପ୍ରଖ୍ୟାତ ସାହିତ୍ୟିକ ଶମସୁର ରହମାନ ଫାରୁକିଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ୨୦୦୯ରେ ରହମାନ ଫାରୁକିଙ୍କୁ ପଦ୍ମ ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶମସୁର ରହମାନଙ୍କ ଜନ୍ମ ୧୯୩୫ରେ ଉତ୍ତରପ୍ରଦେଶରେ ହୋଇଥିଲା। ଫାରୁକି ଇଂରାଜୀରେ ଏମଏ ଡିଗ୍ରି ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ୧୯୫୫ରେ ହାସଲ କରିଥିଲେ। ୧୯୮୬ରେ ଫାରୁକି ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଲୋକପ୍ରିୟ ଉର୍ଦ୍ଧୁ ଲେଖକ ତଥା ଆଲୋଚକ ଶମସୁର ଫାରୁକିଙ୍କ ଉପନ୍ୟାସ ‘କଇ ଚାନ୍ଦ ଥେ ସେର ଆସମାଁ’ ହିନ୍ଦୁସ୍ତାନ ସାହିତ୍ୟ ଜଗତରେ ଏକ ନୂଆ ଶିଖରରେ ପହଞ୍ଚିଥିଲା।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0