ନୂଆଦିଲ୍ଳୀ: ସାରା ବିଶ୍ୱରେ ନିଜର ଆଧିପତ୍ୟ ବିସ୍ତାର କରିବା ଲକ୍ଷରେ ରହିଛି ଚୀନ । ଏଥିପାଇଁ ନିଜ ସୈନ୍ୟ ମାନଙ୍କୁ ଅଧିକ ବିକଶିତ କରିବାରେ ଲାଗିଛି ଚୀନ । ଅନ୍ୟପଟେ ଫ୍ରାନ୍ସ ମଧ୍ୟ ଚୀନ ରାସ୍ତାରେ ପାଦ ଦେଇଛି । ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ଫ୍ରାନ୍ସ ଗତ ସପ୍ତାହରେ ଏକ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି କ୍ରମେ ସେଠାକାର ସୈନ୍ୟଙ୍କୁ ଶାରୀରିକ ଓ ମାନିସକ ଭାବେ ଆହୁରି ସଶକ୍ତ କରାଯିବ । ସେମାନଙ୍କଠାରେ ଲୋକେସନ୍ ଟ୍ରାକିଂ ଓ କନେକ୍ଟିଭିଟି ରହିବ । ସୈନ୍ୟଙ୍କୁ ଏକ ମେଡିସିନ୍ ଦିଆଯିବ । ଯେଉଁଥିରେ ସେମାନେ ଦୀର୍ଘ ସମୟ ଧରି ଅନିଦ୍ରା ରହିପାରିବେ । ଏପରିକି ସେମାନଙ୍କ ଶୁଣିବା ଶକ୍ତି ମଧ୍ୟ ବୃଦ୍ଧି ପାଇବ । ଏହି ଔଷଧ ସୈନ୍ୟଙ୍କ ଡିଏନଏକୁ ନିୟନ୍ତ୍ରଣ କରିବା ସହ ରୋବର୍ଟ ଭଳି କାମ କରିବାକୁ ଶକ୍ତି ଯୋଗାଇବ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0