ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଚାରମାଲ ରେଞ୍ଜ ପୋଡାବଲଣ୍ଡା-ବଡମାଳ ରାସ୍ତାରେ ଗାଡି ଧକ୍କାରେ ୨ଟି ଭାଲୁଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ବନବିଭାଗ ଟିମ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଚାଲମାଳ ରେଂଜ ଏରୁଣ୍ଡିବାହାଲ ଖସଡା ଜଙ୍ଗଲରୁ ଏକ ମାଇ ଓ ଛୁଆ ଭାଲୁ ରାସ୍ତା ପାର କରୁଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା | ଯାହାଫଳରେ କି ଉଭୟ ମା ଓ ଛୁଆ ଘଟଣାସ୍ଥଳରେ ମୃତ୍ଯୁ ହୋଇଯାଇଛି । ମୃତ ଭାଲୁର ବୟସ ୨୫ ହୋଇଥିବା ବେଳେ ଛୁଆର ବୟସ ୫ ହେବ ବୋଲି ଅନୁମାନ କରାଯାଉଛି । କିନ୍ତୁ ବର୍ତ୍ତମାନ ପାଇଁ ଉଭୟଙ୍କ କେତେ ବୟସ ତାହା ଜଣାପଡିନାହିଁ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ବନ ବିଭାଗ ଘଟମାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ବନବିଭାଗ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ୨ ମୃତଦେହକୁ ଜବତ କରି ଶବ ବ୍ଯବଚ୍ଛେଦ କରିଛି । ଏହାପରେ ୨ଟି ଭାଲୁର ମୃତଦେହକୁ ପୋତି ଦିଆଯାଇଛି |



Visitors Today : 0
Total Visitors : 130175
Total Views : 9891622
Visitors Online Now : 0