ମୁସ୍ତାକ ଅଲୀ ଟ୍ରଫି ଟି୨୦ ଜାତୀୟ ଚାମ୍ପିୟନ ଶିପରେ ସୌରାଷ୍ଟ୍ରର ନେତୃତ୍ୱ ନେବେ ଉନାଡକଟ୍ । ଆସନ୍ତା ମାସରେ ସୟଦ ମୁସ୍ତାକ ଅଲୀ ଟ୍ରଫି ଜାତୀୟ ଟି୨୦ ଚାମ୍ପିୟନଶିପ୍ ସହ ୨୦୨୦-୨୧ ଘରୋଇ ସିଜନ ଆରମ୍ଭ ହେବ । ଏତିପାଇଁ ୨୦ ଜଣିଆ ସୌରାଷ୍ଟ କ୍ରିକେଟ ଦଳ ଘୋଷଣା କରାଯାଇଛି । ପୁରୁଖା ସ୍ପିଡଷ୍ଟର ଜୟଦେବ ଉନାଡକଟଙ୍କୁ ଦଳର ଅଦିନାୟକ ମନୋନୀତ କରାଯାଇଛି । ବାମହତୀ ପେସର ଚେତନ ସାକାରିୟା ଏବଂ ଧିମା ବାମହାତୀ ରକ୍ଷଣଶୀଳ ବୋଲର ଧର୍ମେନ୍ଦ୍ର ସିଂ ଜାଡେଜାଙ୍କୁ ନେଇ ବୋଲିଂ ବାହିନୀର ନେତୃତ୍ୱ ନେବେ ଉନାଡକଟ । ଟୁର୍ନାମେଣ୍ଟ ଜାନୁୟାରୀ ୧୦ରୁ ଆରମ୍ଭ ହେବ । ଏହି ଗୁ୍ରପରେ ସର୍ଭିସେସ, ବିଦର୍ଭ, ଗୋଆ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ରହିଛନ୍ତି । ଲିଗ୍ ମ୍ୟାଚଗୁଡିକ ଇନେ୍ଦାରରେ ଖେଳାଯିବ ।



Visitors Today : 3
Total Visitors : 130213
Total Views : 9891684
Visitors Online Now : 0