spot_img

ରାଜସ୍ଥାନ ରାଜନୀତି: ଆର୍ଥିିକ ମେରୁଦଣ୍ଡ ଦୋହଲୁଥିବା ବେଳେ ରାଜଗାଦିକୁ ବଞ୍ଚାଇବା ପାଇଁ ଚାଲିଛି ଟଙ୍କା ଖେଳ

ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ଦିନ ନୂତନ ମୋଡ଼ ନେବାରେ ଲାଗିଛି । ମହାମାରୀ କୋରନାରେ ଦେଶର ଆର୍ଥିକ ମେରୁଦଣ୍ଡ ଏକପ୍ରକାର ଭାଙ୍ଗି ଯାଇଥିବା ବେଳେ ରାଜସ୍ଥାନ କଂଗ୍ରେସ ସରକାରର ଦୁଇ ଗୋଷ୍ଠୀ ହୋଟେଲରେ ରହି ରାଜନୈତିକ ସଂଗଠନ ଚଳାଉଛନ୍ତି । ଏଥିରେ ଉଭୟ ଗୋଷ୍ଠୀର ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବାର ଦେଖିବାକୁ ମିଳିଛି ।
ହାଇକୋର୍ଟ ଜୁଲାଇ ୨୪ ପର୍ୟ୍ୟନ୍ତ ନିଜର ରାୟ ସଂରକ୍ଷିତ ରଖିଥିବା ବେଳେ ବାଚସ୍ପତି ଏବଂ ପାଇଲଟଙ୍କ ଗୋଷ୍ଠୀ ବାଚସ୍ପତି ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏମିତି ସମୟରେ କଂଗ୍ରେସ ସରକାରର ଦୁଇ ଗୋଷ୍ଠୀ ହୋଟେଲ୍ରେ ରହି ରାଜନୈତିକ ସଂଗଠନ ଚଳାଉଛନ୍ତି। ଗତ ୧୧ ଦିନ ହେବ ହୋଟେଲ୍ରୁ ହିଁ ସବୁ ରଣନୀତି ପ୍ରସ୍ତୁତ କରାଯାଉଛି। ବିଧାୟକ ଦଳ ବୈଠକଠୁ ଆରମ୍ଭ କରି ମନ୍ତ୍ରୀଙ୍କ ଅଫିସ୍ କାମ ପର୍ଯ୍ୟନ୍ତ ହୋଟେଲ୍ରେ ହିଁ କରାଯାଉଛି।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ଗୋଷ୍ଠୀ ମନ୍ତ୍ରୀ, ବିଧାୟକ ଓ କେନ୍ଦ୍ରୀ ସଂଗଠନର ପଦାଧିକାରୀ ଦିଲ୍ଲୀ ରୋଡ ସ୍ଥିତ ଫେୟାରମୋଣ୍ଟ ହୋଟେଲ୍ରେ ଡେରା ପକାଇଛନ୍ତି। ସକାଳୁ ଯୋଗ ମାଧ୍ୟମରେ ସରକାର ଜାଗୁଥିବା ବେଳେ ରାତିରେ ମନୋରଞ୍ଜନ ପାଇଁ ବିଧାୟକଙ୍କୁ ଫିଲ୍ମ ଦେଖାଯାଉଛି। ସକାଳିଆ ଭୋଜନ, ମଧ୍ୟାହ୍ନ ଭୋଜନ, ଚା ଓ ରାତ୍ର ଭୋଜନନ ସବୁ କିଛି ହୋଟେଲ୍ରେ ହେଉଛି।
ଗତ ୧୦ ଦିନରେ ୧.୨୦ କୋଟି ଟଙ୍କା ଖର୍ଚ୍ଚ
ହୋଟେଲ୍ ଫେୟରମୋଣ୍ଟରେ ବିଧାୟକଙ୍କ ରହିବା ପାଇଁ ପ୍ରତିଦିନ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସରକାର ବିଧାୟକଙ୍କ ପାଇଁ ୧୨୦ କୋଠରୀ ବୁକ୍ କରାଯାଇଛି। ବିଧାୟକ ୧୦୯ ଜଣ ଥିବା କୁହାଯାଉଛି ଓ ବାକି କୋଠରୀ କେନ୍ଦ୍ର ନେତୃତ୍ଵ ଓ ଗୁପ୍ତ ମନ୍ତ୍ରଣା ପାଇଁ ବୁକ୍ ହୋଇ ରହିଛି। ଏହାର ସମସ୍ତ ଦାୟିତ୍ଵ ମୁଖ୍ୟ ସଚେତକ ମହେଶ ଯୋଶୀ ନେଇଛନ୍ତି। ପ୍ରତିଦିନ କୋଠରୀ ପିଛା ଆନୁମାନିକ ୧୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏଥିରେ ଟିଫିନ, ମଧ୍ୟାହ୍ନ ଭୋଜନ, ହାଇ ଟି ଓ ରାତ୍ର ଭୋଜନ ମଧ୍ୟ ସାମିଲ। ଦିନ ସକାଳର ଚା, ଲେମ୍ବୁ ପାଣି, କାଢା ସହିତ ଆରମ୍ଭ ହେଉଛି।
ଅପରପକ୍ଷେ ସଚିନ ପାଇଲଟ୍ଙ୍କ ଗୋଷ୍ଠୀ ମାନେସରର ପଞ୍ଚ ତାରକା ହୋଟେଲ୍ରେ ରହୁଛନ୍ତି। ବାହାରେ ହରିୟାଣା ପୁଲିସ ପ୍ରହାର ଦେଉଛନ୍ତି।
ଗତ ୧୧ ଦିନରେ ୨୫ ଲକ୍ଷ ଟଙ୍କାର ବିଲ୍
ପାଇଲଟ୍ ନିଜର ସମର୍ଥକ ବିଧାୟକଙ୍କ ସହିତ ମାନେସର ହୋଟେଲ୍ରେ ଡେରା ପକାଇଛନ୍ତି। ଏହି ବାବଦରେ ପ୍ରତିଦିନ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ବିଧାୟକଙ୍କ ପାଇଁ ୨୨ କୋଠରୀ ବୁକ୍ କରାଯାଇଛି। ହୋଟେଲ୍ରେ ପ୍ରାୟ ୧୯ ବିଧାୟକ ରହିଛନ୍ତି। ବାକି ୩ କୋଠରୀ ବିଶେଷ ଆଲୋଚନା ଓ ମନ୍ତ୍ରଣା ପାଇଁ ରଖାଯାଇଛି। ପ୍ରତି କୋଠରୀ ପିଛା ଦୈନିକ ପ୍ରାୟ ୧୧ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏଥିରେ ସକାଳ ଚା, ଟିଫିନ, ମଧ୍ୟାହ୍ନ ଭୋଜନ, ହାଇ ଟି ଓ ରାତ୍ର ଭୋଜନ ସାମିଲ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular