spot_img

ପ୍ଲାଜମା ଦାନକଲେ ଦୁଇ ଆଗ୍ନିକ

କଟକ: ପ୍ଲାଜମା ଦାନ କଲେ ଅଗ୍ନିଶମ ବିଭାଗର ଦୁଇ କର୍ମଚାରୀ । କଟକ ଏସସିବି ରେ ପ୍ଲାଜମା ଦାନ କରିଛନ୍ତି ଦୁଇ ଜଣ ଆଗ୍ନିକ । ପଶ୍ଚିମବଙ୍ଗରେ ଅମ୍ଫାନ୍ ଡ଼ୁ୍ୟଟିରୁ ଫେରି କରୋନାରେ ଆକ୍ରାନ୍ତ ହୋଇଥିଲେ । ଅମ୍ଫାନ ବାତ୍ୟା ସମୟରେ ଅଗ୍ନିଶମ ବିଭାଗର ଏହି କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ପଶ୍ଚିମବଙ୍ଗ ଯାଇଥିଲେ । ପଶ୍ଚିମବଙ୍ଗରୁ ଫେରିବାପରେ ସଂକ୍ରମିତ ଆଶଙ୍କାକରି ସମସ୍ଥଙ୍କୁ ସଂଗରୋଧରେ ରଖାଯାଇଥିଲା । ତେବେ ଟେଷ୍ଟପରେ ସେମାନଙ୍କ ମଧ୍ୟରୁ ୧୯୦ ଜଣଙ୍କର ରିପୋର୍ଟ ପିଜିଟିଭ୍ ଆସିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟୟରେ ୧୦ ଜଣ ଆଗ୍ନିକ ପ୍ଲାଜମା ଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଆଜି ସେମାନଙ୍କ ମଧ୍ୟରୁ ଦୁଇ ଜଣ ପ୍ଳାଜମା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular