spot_img

ବିଜୁ ପକ୍କାଘର ଫଳକକୁ ନେଇ ବଢୁଛି ଅସନ୍ତୋଷ

କେନ୍ଦୁଝର: ବିଜୁ ପକ୍କାଘର ଫଳକ ମରାଯିବା ଘଟଣାକୁ ନେଇ ବଢୁଛି ଅସନ୍ତୋଷ । କେନ୍ଦୁଝରର ସାହାରପଡା ବ୍ଲକ ଦୁଆଘାଟ ଗ୍ରାମରେ ଜଣେ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ପାଇଥିଲେ । ମାତ୍ର ତାଙ୍କ ଘରେ ଫଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖା ନଯାଇ ସଂକ୍ଷିପ୍ତରେ ଇ.ଆ.ଯୋ ଲେଖାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି ଖଜିରାପାଟ ଗ୍ରାମର ଖଇରା ନାଏକଙ୍କୁ ଇନ୍ଦିରା ଆବାସ ଯୋଜନାରେ ୭୫ ହଜାର ଟଙ୍କାର ଘର ମିଳିଥିବା ବେଳେ ସେଠାରେ ୧ ଲକ୍ଷ ୩୦ ହଜାର ଟଙ୍କାର ବିଜୁ ପକ୍କାଘର ଯୋଜନାର ଷ୍ଟିକର ମାରିବାକୁ ନେଇ ବିରୋଧ ହୋଇଥିଲା । ଏସବୁ ର ଭିଡିଓ ମୋବାଇଲରୁ ମୋବାଇଲ ଘୁରିବୁଲୁଛି । ଏକ ଭିଡିଓରେ ଜଣେ କର୍ମଚାରୀ ବିଜୁ ପକ୍କାଘର ଯୋଜନାର ଲେଖାକୁ ପେନରେ କାଟିଦେଉଥିବାର ଦେଖାଯାଉଛି । ଏଭଳି ସ୍ଥିତିରେ ସରକାରୀ ନିଦେ୍ର୍ଦଶକୁ ପାଳନ କରିବା ପାଇଁ ପଂଚାୟତ ଓ ବ୍ଲକ କର୍ମଚାରୀ ନାଚାର ଥିବା ବେଳେ ବ୍ଲକ ଓ ପଂଚାୟତ କାର୍ଯ୍ୟାଳୟ ଫାଙ୍କା ପଡୁ ପଛେ ଗାଁ କୁ ଗାଁ ବୁଲି ପକ୍କାଘର ଫଳକ ଲଗାଇବା ଜାରି ରହିଛି । ହିତାଧିକାରୀଙ୍କ ବିରୋଧ ଭିତରେ ପଂଚାୟତର ଗ୍ରାମରୋଜଗାର ସେବକ ଓ ପିଇଓ ହିତାଧିକାରୀଙ୍କ ଘରକୁ ଯିବା ପାଇଁ ବାଧ୍ୟ ହେଉଥିବା ବେଳେ ନୋଡାଲ ଅଧିକାରୀ ପରିସ୍ଥିତି ପରଖିବା ପରେ ଘରକୁ ଯାଉଛନ୍ତି । ଡିସେମ୍ବର ୩୧ ସୁଦ୍ଧା କେମିତି ଫଳକ ଲଗା ସରିବ ସେ ନେଇ ଅଧିକାରୀମାନେ ଚିନ୍ତାରେ ଥିବା ବେଳେ ଏହି ଅବଧିରେ ପଂଚାୟତ ଓ ବ୍ଲକରେ ଅନ୍ୟାନ୍ୟ ସବୁ କାମ ଠପ୍ ପଡିଯାଇଥିବା ଦେଖା ଦେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular