spot_img

ପାରିବାରିକ କଳହ ନେଲା ଜୀବନ

ସାଲେପୁର  : କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳରେ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତକ ମୀନାକ୍ଷୀ ପରିଡ଼ା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ପାରିବାରିକ କଳକୁ ନେଇ ଆତ୍ମହତ୍ୟା କରିଥିବା ସୂଚନା।ଖବର ଅନୁଯାୟୀ, କିଛି ଦିନ ତଳେ ଅଶୋକ ପରିଡ଼ାଙ୍କ ସହ ମୀନାକ୍ଷୀଙ୍କ ସହିତ ବିବାହ କରିଥିଲେ । ପୁଅର ବିବାହରେ ବାପା ରାଜି ନଥିଲେ, ତେଣୁ ଏହାକୁ ନେଇ ପରିବାର ଭିତରେ ଝଗଡ଼ା ଲାଗିରହିଥିଲା । ଏପିରିକି ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିବା ସୂଚନା ମଧ୍ୟ ରହିଛି । ଏପରିକି ସ୍ୱାମୀ ମଧ୍ୟ ଆଗରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ତିନି ଦିନ ଭିତରେ ବିବାଦ ଲାଗିରହିଥିଲା । ଉଭୟଙ୍କ ମଧ୍ୟରେ କଣ ଯେ ଘଟିଲା, ସ୍ତ୍ରୀ ଏବେ ଆତ୍ମହତ୍ୟା କରିଛନ୍ତି । ତାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖୋଲତାଡ଼ ଜାରି ରଖିଛି ପୋଲିସ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular