spot_img

ରାଜନଗରରେ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳିତ

ରାଜନଗର: ରାଜନଗର ବ୍ଲକର ବିଜେଡ଼ିର ୨୪ ତମ ପ୍ରତିଷ୍ଠା ଦିବସ ପାଳନ । ଆଜିର ଏହି ପ୍ରତିଷ୍ଠା ଦିବସରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜନଗରର ବିକାଶ କଥା କହିବା ସହ ଶିିକ୍ଷା,ସ୍ୱାସ୍ଥ୍ୟ, ପର୍ଯ୍ୟଟନ , ଗମନାଗମନ, ଜଳସେଚନ, କୃଷି ଉନ୍ନତି ପ୍ରଭୃତି ବିଷୟରେ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱର ଦେଇଛନ୍ତି । ଗାଁ ଗାଁରେ ବିଜେଡ଼ି ସରକାର ୨୦ ବର୍ଷ ଧରି ନିଜର ସଫଳାତାର ବାର୍ତା ପହଂଚାଇବାରେ ଲକ୍ଷ ରଖିଛି । ଏହା ସହ ବିଜେଡ଼ି ପ୍ରତିଷ୍ଠା ଦିବସର ଲକ୍ଷ ଓ ଉଦେ୍ଦଶ୍ୟ ସମ୍ପର୍କରେ କର୍ମି ମାନଙ୍କୁ ବିଧାୟକ ଅବଗତ କରିଥିଲେ । ଲୋକଙ୍କ ପାଖରେ ଜନକଲ୍ୟାଣକାରୀ ଯୋଜନା କେଉଁ ଭଳି ଭାବରେ ଘରେ ଘରେ ପହଂଚି ପାରିବ ସେନେଇ ମଧ୍ୟ ପ୍ରସ୍ତୁତି ହୋଇଛି । କାର୍ଯ୍ୟକ୍ରମରେ ରାଜନଗର ବ୍ଲକ ସାଂସଦଙ୍କ ପ୍ରତିନିଧି ଅଶୋକ କୁମାର ପଢିହାରୀଙ୍କ ସମେତ ଦଳର ସାଂଗଠନିକ କର୍ମକର୍ତା ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular