ଜମ୍ମୁ: ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲାରେ ପୂଜା ଦେବୀ ନାମକ ଜଣେ ମଧ୍ୟବୟସ୍କା ପ୍ରଥମ ମହିଳା ବସ୍ ଡ୍ରାଇଭର ଭାବେ ବେଶ୍ ଚର୍ଚ୍ଚା ପାଲଟିଛନ୍ତି। ତିନି ସନ୍ତାନର ମାତା ପୂଜା ଦେବୀ ଗୁରୁବାର ପ୍ରଥମ ଥର ପାଇଁ ଜମ୍ମୁର କାଠୁଆ ମାର୍ଗରେ ଗାଡ଼ି ଚଳାଇଥିଲେ। ସେ ଜମ୍ମୁର କାଠୁଆ ମାର୍ଗରେ ଗାଡ଼ି ଚଳାଉଥିବା ବେଳେ ତାଙ୍କ ପୁଅ ତାଙ୍କ ସହ ଥିଲେ। ମହିଳା ଜଣକ ବସ ଚଳାଉଥିବାର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହା ଚର୍ଚ୍ଚାର ପରିସରକୁ ଆସିଥିଲା। ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଲିଙ୍ଗଗତ ଅସମାନତାକୁ ଅଣଦେଖା କରି ପୂଜା ଦେବୀଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ନିକଟରେ ଏକ ଟିଭି ନ୍ୟୁଜ୍ ଚ୍ୟାନେଲ୍ରେ ନିଜର ସାକ୍ଷାତ୍କାର ଦେଇ ପୂଜା ଦେବୀ କହିଛନ୍ତି କି ସେ ପିଲାଟି ଦିନରୁ ଜଣେ ବସ୍ ଡ୍ରାଇଭର ହେବାର ଇଚ୍ଛା ରଖିଥିଲେ। ଏକ ଗରିବ ପରିବାରରେ ଜନ୍ମ ହୋଇଥିବା କାରଣରୁ ଅଧିକ ପାଠ ପଢ଼ି ପାରିନଥିଲେ ପୂଜା ଦେବୀ। ସେହି କାରଣରୁ ସେ ଅନେକ ସମୟରେ ଦୁଃଖୀ ଅନୁଭବ କରନ୍ତି ବୋଲି ମଧ୍ୟ କହିଛନ୍ତି। ଏହି ମଧ୍ୟ ବୟସ୍କା ମହିଳା ଜଣକ ନିଜ ମାମୁ ରାଜୀନ୍ଦରଙ୍କଠାରୁ ବସ୍ ଚାଳନା ପାଇଁ ପ୍ରଶୀକ୍ଷଣ ପାଇଥିବା କହିଛନ୍ତି। ସେ ଆହୁରି ବି କହିଛନ୍ତି କି ତାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ତାଙ୍କୁ ତାଙ୍କ ପରିବାର ଓ ସମାଜ ଆଗରେ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ସେ ପୂର୍ବରୁ ଭାରୀ ଯାନ ଚଳାଇବାକୁ ଲାଇସେନ୍ସ ପାଇଁ ଆବେଦନ ମଧ୍ୟ କରିଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0