ପୁରୀ : ମାର୍ଗଶୀର ମାସ ଶୁକ୍ଳ ଦ୍ବାଦଶୀ ତିଥୀକୁ ବ୍ୟଞ୍ଜନ ଦ୍ବାଦଶୀ ଭାବେ ପାଳନ କରାଯାଏ । ଦ୍ବାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ପ୍ରତିବର୍ଷ ଏବି ପର୍ବ ପାଳନ ହୋଇଆସୁଛି । ଆଜିର ଦିନରେ ଯଶୋଦା ମା’ ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ପାଇଁ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ରହିଛି । ସେହି ପରମ୍ପରାକୁ ପାଳନ କରିବାକୁ ଯାଇ ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମଠାରେ ବ୍ୟଞ୍ଜନ ଦ୍ବାଦଶୀ ଉତ୍ସବ ପାଳିତ ହୋଇଯାଇଛି।
ଗତବର୍ଷ ପ୍ରାୟ ୬୭୫ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବା ବେଳେ ଚଳିତବର୍ଷ କରୋନା କଟକଣା ପାଇଁ ନିରାଡମ୍ବର ଭାବେ ପାଳନ କରାଯାଇଛି । ଚଳିତବର୍ଷ ମାତ୍ର ୫୬ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି। ଏତେ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ପୁରୀର ଏହି ଆଶ୍ରମର ବିଶେଷ ଖ୍ୟାତି ରହିଛି। ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣଙ୍କ ବିଶେଷ ନୀତି ଥିବାବେଳେ ଆଜି ବ୍ୟଞ୍ଜନ ଦ୍ବାଦଶୀ ଅବସରରେ ଭିନ୍ନ ଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯିବାର ପ୍ରଥା ରହିଛି । ଦ୍ବାପର ଯୁଗରେ ମା’ ଯଶୋଦା ଶ୍ରୀକୃଷ୍ଣଙ୍କୁ ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେବାର କିମ୍ବଦନ୍ତୀ ଅଛି। ସେହି ପରମ୍ପରାକୁ ପାଳନ କରିବାକୁ ଯାଇ ଶ୍ରୀକୃଷ୍ଣଙ୍କ ଭକ୍ତମାନେ ଆଜିର ଦିନରେ ବିଶେଷ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି।
ପୁରୀରେ ଥିବା ଗୌରବିହାର ଆଶ୍ରମରେ ଏହି ବ୍ୟଞ୍ଜନ ସବୁ ପାଚକ-ପାଚିକାଙ୍କ ସହାୟତାରେ ମହନ୍ତ ସୁବଳ ମହାରାଜଙ୍କ ତତ୍ତ୍ବାବଧାନରେ ୫୬ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ଏଥିରେ ବିଭିନ୍ନ ପ୍ରକାରର ଚଟଣୀ, ଅନ୍ନ, ଶତାଧିକ ପ୍ରକାରର ତରକାରୀ, ପାମ୍ପଡ, ରାଇତା ସହ କ୍ଷୀରି ଆଦି ଭୋଗ ପ୍ରସ୍ତୁତ ହୋଇଥିଲା |



Visitors Today : 4
Total Visitors : 130422
Total Views : 9891952
Visitors Online Now : 0