spot_img

ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କା

ଟାଙ୍ଗୀ : ଚାନ୍ଦପୁର ଥାନା ୧୬ ନଂ ଜାତୀୟ ରାଜପଥରେ ହାଇୱା ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ୍ ଚାଳକ ଏବଂ ଆରୋହୀ ସମସ୍ତେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ଭୁବନେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ହାଇୱା ଟ୍ରକ୍  ଓ ବାଇକକୁ ଜବତ କରି ତଦନ୍ତ ଚଳାଇଛି । ଆହତମାନେ ହେଲେ ପ୍ରଫୁଲ୍ଲ ରାଉତ, ତାଙ୍କ ପତ୍ନୀ ପ୍ରମିଳା ରାଉତ  ଓ  ପୁଅ ଗଣେଶ ରାଉତ । ଏମାନଙ୍କ ଘର ନୟାଗଡ଼ ଜିଲ୍ଲା ବାଉଁଶଗଡ଼ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular