spot_img

ଆଜିଠାରୁ ସାବରିମାଲା ଦର୍ଶନାର୍ଥୀଙ୍କ ପାଇଁ ‘ଆରଟି-ପିସିଆର’ ପରୀକ୍ଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସାବରିମାଲାସ୍ଥିତ ପ୍ରଭୁ ଆୟାପ୍ପାଙ୍କ ପାର୍ବତ୍ୟ ଧର୍ମପୀଠ ଦର୍ଶନାର୍ଥେ ଆସୁଥିବା ତୀର୍ଥ ଯାତ୍ରୀମାନେ ‘ଆରଟି-ପିସିଆର’ ପରୀକ୍ଷା କରାଇବା ସହ ସାଥିରେ କୋଭିଡ-୧୯ ନେଗେଟିଭ ସାର୍ଟିଫିକେଟ ଆଣିବା ଲାଗି କେରଳ ହାଇକୋର୍ଟ ଏବଂ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଏହି ମନ୍ଦିର ପରିଚାଳନା କରୁଥିବା ‘ଟ୍ରାଓ୍ଵାଙ୍କୋର ଦେବସ୍ୱମ ବୋର୍ଡ’ ମଧ୍ୟ କହିଛି ଯେ, ଡିସେମ୍ବର ୨୬ ତାରିଖ ଠାରୁ ଦର୍ଶନାର୍ଥୀଙ୍କ ପାଇଁ ‘ଆର୍ଟି-ପିସିଆର୍’ ପରୀକ୍ଷା ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ, ମନ୍ଦିରକୁ ଆସିବା ପୂର୍ବର ୪୮ ଘଣ୍ଟା ମଧ୍ୟରେ ଏହି ପରୀକ୍ଷା କରାଯାଇଥିବା ଉଚିତ। ନଚେତ ସେମାନଙ୍କୁ ତୀର୍ଥ ଯାତ୍ରା ସୁଯୋଗ ଦିଆଯିବ ନାହିଁ। ଏହା ବ୍ୟତିରେକେ, ୫୦୦୦ ତୀର୍ଥଯାତ୍ରୀଙ୍କୁ ଦର୍ଶନ ପାଇଁ ଅନୁମତି ଦେବାକୁ ମଧ୍ୟ ହାଇକୋର୍ଟ ନିର୍ଦେଶ ଜାରି କରିଛନ୍ତି। ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି କାରଣରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସାବରିମାଲାରେ ଆଣ୍ଟିଜେନ୍ ପରୀକ୍ଷା ଜୋର୍ଦାର୍ କରିଛି। ଡିସେମ୍ବର ୨୬ ତାରିଖ ଦିନ ମଣ୍ଡଳ ପୂଜା ପରେ ସାବରିମାଲା ମନ୍ଦିର ବନ୍ଦ ରହିବ। ମକରବିଲାକ୍କୁ ପୂଜା ନିମନ୍ତେ ପୁଣି ଡିସେମ୍ବର ୩୧ ତାରିଖ ଦିନ ମନ୍ଦିର ଖୋଲିବ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular